ନମିତା ଟୋପ୍ପୋ ଏକଲବ୍ୟ ପୁରସ୍କାର ବିଜେତା, ସ୍ନେହା ସୋରେନ୍‌ ଓ ଋତାପର୍ଣ୍ଣା ପଣ୍ଡା ଉପବିଜେତା

ଭୁବନେଶ୍ୱର: ଆର୍ନ୍ତଜାତୀୟ ହକି ଖେଳାଳି ନମିତା ଟୋପ୍ପୋଙ୍କୁ ୨୦୨୦ ମସିହା ପାଇଁ ସମ୍ମାଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା କରାଯାଇଛି। କୋଭିଡ୍‌ କଟକଣାର ସମସ୍ତ ନିୟମ ପାଳନ ପୂର୍ବକ ଆଗାମୀ ଦିନରେ ଏକ ନିରାଡାମ୍ବର କାର୍ଯ୍ୟକ୍ରମରେ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ରରେ ପୁରସ୍କୃତ କରାଯିବ।

ସଂକ୍ଷେପରେ ନମିତା

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଳକର ଜଉରାମାଲ ଗାଁର ନମିତା ଟୋପ୍ପୋ ୧୯୯୫ ମସିହା ଜୁନ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ରାଉରକେଲା ପାନପୋଷ କ୍ରୀଡା ଛାତ୍ରାବାସର ଛାତ୍ରୀ ଥିଲେ। ସେ ୨୦୧୮ ଏପ୍ରିଲ ୧ ତାରିଖ ଠାରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ଭାରତୀୟ ହକି ଦଳରେ ପ୍ରାୟ ସମସ୍ତ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ପ୍ରତିନିଧିନିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତପୁର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏଥି ପାଇଁ ସେ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି।

ଦୁଇ ଉପବିଜେତା

ଆର୍ନ୍ତଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ଆର୍ନ୍ତଜାତୀୟ ବ୍ୟାଡମିଣ୍ଟନ୍‌ ଖେଳାଳି ଋତାପର୍ଣ୍ଣା ପଣ୍ଡା, ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ୱାରା ସମ୍ମାନିତ କରାଯିବ ବୋଲି ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର