ଓଡ଼ିଶା ଏଫ୍‌ସିରେ ଆଉ ୩ ବର୍ଷ ଖେଳିବେ ନନ୍ଦକୁମାର

ଭୁବନେଶ୍ବର: ମଧ୍ୟଭାଗ ଖେଳାଳି ନନ୍ଦକୁମାର ସେକର ସୋମବାର ଓଡ଼ିଶା ଏଫ୍‌ସି ସହ ଚୁକ୍ତି ପୁନଃନବୀକରଣ କରିଛନ୍ତି। ୨୦୨୦ରେ ତାଙ୍କ ଚୁକ୍ତି ସରୁଥିଲା ବେଳେ ‌ଏହାକୁ ଆଉ ୩ ବର୍ଷ ବଢ଼ାଇଛନ୍ତି। ଫଳରେ ସେ ଦଳ ସହ ୨୦୨୩ ପର୍ଯ୍ୟନ୍ତ ରହିବେ। ନନ୍ଦକୁମାର ଆମ ଦଳ ସହ ଆଉ ୩ ବର୍ଷ ରହିବା ନିଶ୍ଚିତ ହେବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସିର ସହମାଲିକ ରୋହନ ଶର୍ମା। ଓଡ଼ିଶା ଏଫ୍‌ସି ସହ ମୋର ଚୁକ୍ତି ଅଉ ୩ ବର୍ଷ ବଢ଼ିବା ସହ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆହୁରି ୩ ବର୍ଷ ଖେଳିବାର ସୁଯୋଗ ମିଳିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ନନ୍ଦକୁମାର। ଏହି ସୁଯୋଗ ଦେଇଥିବାରୁ ପ୍ରଶିକ୍ଷକ, କ୍ଲବ୍‌ ଅଧିକାରୀ ଓ ଦଳୀୟ ସାଥୀଙ୍କୁ ଧନ୍ୟବାଦ ଦେଇଛନ୍ତି ନନ୍ଦକୁମାର।

ସମ୍ବନ୍ଧିତ ଖବର