ଭୁବନେଶ୍ବର: ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ବଂଧୁକଚାଳକ ଗଗନ ନାରଙ୍ଗ ଭୁବନେଶ୍ବର ଗସ୍ତ ଅବସରରେ ରାଜଧାନୀର ମୁଖ୍ୟ ଘରୋଇ କ୍ରୀଡ଼ାକେନ୍ଦ୍ର ଉତ୍କଳ କରାଟେ ସ୍କୁଲ ପରିଦର୍ଶନ କରି ଏହାର ପ୍ରଶଂସା କରିଛନ୍ତି। ଖୁବ୍ ଶୀଘ୍ର ଉତ୍କଳ କରାଟେ ସ୍କୁଲ୍ ପରିସରରେ ‘ଗନ୍ ଫର ଗ୍ଲୋରି’ ପକ୍ଷରୁ ବଂଧୁକଚାଳକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାରେ ଉତ୍କଳ କରାଟେ ସ୍କୁଲ୍ ଭଳି ଏକ କ୍ରୀଡ଼ା ଅନୁଷ୍ଠାନର ଭିତ୍ତିଭୂମୀ ଏବଂ ପ୍ରଶିକ୍ଷଣ ବ୍ୟବସ୍ଥା ଦେଖି ମଧ୍ୟ ସେ ଢେର ପ୍ରଶଂସା କରିଛନ୍ତି। ଏହି ଅବସରରେ ଜାତୀୟ ରାଇଫଲ୍ ଆସୋସିଏସନ୍ର ଉପ ସଭାପତି ତଥା ସାଂସଦ କଲିକେଶ ନାରାୟଣ ସିଂହଦେଓ, ରାଜ୍ୟ ସଂଘ ସମ୍ପାଦକ ଡକ୍ଟର ହରିପ୍ରସାଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ବଳଭଦ୍ର ଦାସ, ସହ ସମ୍ପାଦିକା ସୁଶ୍ରୀ ଗୌରୀ ମହାନ୍ତି, ଆଇଏସ୍ଏସ୍ଏଫ ପ୍ରଶିକ୍ଷକ ଆଶିଷ ନାୟକଙ୍କ ସହିତ ନାରଙ୍ଗ ମଧ୍ୟ ଏହି ଖେଳର ପ୍ରସାର ଦିଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ଉତ୍କଳ କରାଟେ ସ୍କୁଲ୍ ବୁଲିଲେ ନାରଙ୍ଗ
/sambad/media/post_attachments/wp-content/uploads/2018/11/16-Narang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)