ମୀରପୁର : ୱେଷ୍ଟ୍‌ଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ସୁନିଲ ନାରାୟଣ ବୁଧବାର ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ରେ ୧୩ ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହେବା ସହ ଟି-୨୦ କ୍ରିକେଟ୍‌ରେ ଯୁଗ୍ମ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ତେବେ ନାରାୟଣ ମାତ୍ର‌ ଗୋଟିଏ ବଲ୍‌ ପାଇଁ ଦ୍ରୁତତମ ଅର୍ଦ୍ଧଶତକ କୀର୍ତ୍ତିମାନରୁ ବଞ୍ଚିତ ହୋଇଥିଲେ।
ବୁଧବାର ସେର୍‌ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଚଟୋଗ୍ରାମ ଚ୍ୟାଲେଞ୍ଜର୍ସ ‌ବିପକ୍ଷ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ୍‌ରେ କୋମିଲା ଭିକ୍ଟୋରିଆନ୍‌ସ ପକ୍ଷରୁ ଖେଳୁଥିବା ନାରାୟଣ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚ୍‌ରେ ତାଙ୍କ ୫୭ (୧୬ ବଲ୍‌, ୫ ‌ଚୌକା, ୬ ଛକା) ରନ୍‌ ବଳରେ କୋମିଲା ଭିକ୍ଟୋରିଆନ୍ସ ୧୪୯ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୧୨.୫ ଓଭରରେ ହାସଲ କରିନେଇଥିଲା।

Advertisment

ଟି-୨୦ରେ ଦ୍ରୁତତମ ଅର୍ଦ୍ଧଶତକ
ଯୁବରାଜ ସିଂହ-୧୨ ବଲ୍‌-ଭାରତ ବନାମ ଇଂଲଣ୍ଡ (୨୦୦୭)
କ୍ରିସ ଗେଲ୍‌-୧୨ ବଲ୍‌-ମେଲ୍‌ବର୍ଣ୍ଣ ରେନିଗେଡ୍ସ ବନାମ ଆଡିଲେଡ୍‌ ଷ୍ଟ୍ରାଇକର (୨୦୧୬)
ହଜ୍‌ରତଉଲ୍ଲା ଜଜାଇ-୧୨ ବଲ୍‌- କାବୁଲ ଜ୍ବାନନ ବନାମ ବାଲ୍‌ଖ ଲିଜେଣ୍ଡ୍ସ (୨୦୧୮)
ମାର୍କସ ଟ୍ରେସ୍କୋଥିକ-୧୩ ବଲ୍‌-ସମରସେଟ୍‌ ବନାମ ହାମ୍ପସାୟର (୨୦୧୦)
ସୁନିଲ ନାରାୟଣ-୧୩ ବଲ୍‌-କୋମିଲା ଭିକ୍ଟୋରିଆନ୍ସ ବନାମ ଚାଟୋଗ୍ରାମ ଚ୍ୟାଲେଞ୍ଜର୍ସ (୨୦୨୨)