ବିରାଟ କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଭାଗ୍ୟ ଆଗକୁ ଆହୁରି ଚମକିବ ବୋଲି ସୋମବାର ଖବର ମିଳିଛି। ଆଗମୀ ଦିନରେ ଅର୍ଥାତ୍‌ ଭବିଷ୍ୟତରେ ସେ ଅନେକ ଗୁଡ଼ିଏ ରେକର୍ଡ କରିବେ ବୋଲି ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କହିଛନ୍ତି।

ନରେନ୍ଦ୍ର ବୁନ୍ଦେଙ୍କ ମୁତାବକ, ବିରାଟ କୋହିଲି ଚଳିତ ବର୍ଷ ମଧ୍ୟ ଅନ୍ତଜାର୍ତୀୟ କ୍ରିକେଟରେ ନୂତନ ମାନଦଣ୍ଡ ଗଢ଼ିବେ। କେବଳ ଏତିକି ନୁହେଁ ସେ ଏମିତି ବିଜ୍ଞାପନ କରିବେ ଯାହାକି ଭାରତୀୟ କ୍ରିକେଟ ଖେଳ ଓ ଅର୍ନ୍ତଜାତୀୟ କ୍ରିକେଟରେ ପୂର୍ବରୁ ଶୁଣିବାକୁ ମିଳି ନଥିବା।

ଗତବର୍ଷ ଜ୍ୟୋତିଷ ନରେନ୍ଦ୍ର ବୁନ୍ଦେ ଗଣନା କରି କହିଥିଲେ, ୩୬ବର୍ଷିଅ ଧୋନି ଇଂଲଣ୍ଡରେ ୨୦୧୯ରେ ହେବାକୁ ଥିବା ବିଶ୍ୱକପ୍‌ରେ ଖେଳିବେ। ବୁନ୍ଦେଙ୍କ କୋହଲିକୁ ନେଇ ତାଜା ଭବିଷ୍ୟବାଣୀ ହେଉଛି, ୨୦୨୫ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍‌ ଓ ଏକଦିବସୀୟ ବିଶ୍ୱକପ୍‌ରେ ବିଜେତା ବନିବା ସହିତ ସଚିନ୍‌ ତେନ୍ଦୁଲକର ଶହେ ଶତକର ବି ରେକର୍ଡକୁ ଭାଙ୍ଗି ଦେବେ ବିରାଟ କୋହଲି।

ସମ୍ବନ୍ଧିତ ଖବର