ନୂଆଦିଲ୍ଲୀ: ମଣିପୁର ରାଜଧାନୀ ଇମ୍ପାଲ୍ରେ ଆୟୋଜିତ ଅଷ୍ଟମ ଜାତୀୟ ପୁରୁଷ ହକି ପ୍ରତିଯୋଗିତାରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଛି। ଅଂଶଗ୍ରହଣକାରୀ ଦଳର ଖେଳାଳିମାନେ ଇମ୍ଫାଲରେ ପହଞ୍ଚିବା ପରେ ସେମାନଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବାରେ ହେଳା କରାଯାଇଥିବା ଅଭିଯୋଗ ଉଠିଥିଲା। ଖେଳାଳିମାନେ ରହୁଥିବା କିଛି କୋଠରୀରେ ଶୋଇବା ପାଇଁ ଖଟ, କମ୍ବଳ ମିଳି ନଥିଲା ବେଳେ କେତେକଙ୍କୁ ଭଲ ଖାଦ୍ୟ ମଧ୍ୟ ମିଳିନଥିଲା। ପୁଣି ଶୌଚାଳୟ ବ୍ୟବସ୍ଥା ଠିକ୍ଠାକ୍ ନଥିଲା। ଯାହକୁ ନେଇ ଖେଳାଳିମାନେ ଅଭିଯୋଗ କରିଥିଲେ। ହେଲେ ଅଭିଯୋଗ ଉଠିବା ପରେ ହକି ଇଣ୍ଡିଆ ସିଇଓ ଏଲିନା ନର୍ମାନ୍ ଇମ୍ଫାଲରେ ପହଞ୍ଚି ଖେଳାଳିମାନେ ରହୁଥିବା କୋଠରୀକୁ ବ୍ୟକ୍ତିଗତ ଭାବେ ବୁଲି ଦେଖିଥିଲେ। ଖୋଳାଳିମାନେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେସବୁର ସମାଧାନ ନର୍ମାନ୍ କରାଇ ଦେଇଥିଲେ। ଏଥିରେ ମଣିପୁର ସରକାର ଏବଂ କ୍ରୀଡ଼ା ପ୍ରାଧିକରଣ ସମସ୍ତ ସହଯୋଗ କରିଥିଲେ। ଏଠାରେ କିଛିଟା ଅସୁବିଧା ରହିଥିଲା। ଯାହାକୁ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କ ସହ ଆଲୋଚନା କରି ସମାଧାନ କରିଦେଇଛି। ଆମକୁ ମଧ୍ୟ ମଣିପୁର ସରକାରଙ୍କ ସମେତ କ୍ରୀଡ଼ା ପ୍ରାଧୀକରଣ ପକ୍ଷରୁ ସବୁ ପ୍ରକାର ସହଯୋଗ ମିଳିଥିଲା ବୋଲି ନର୍ମାନ୍ କହିଛନ୍ତି।
ସ୍ଥିତି ସମ୍ଭାଳିନେଲେ ନର୍ମାନ୍
ଜାତୀୟ ହକି ପ୍ରତିଯୋଗିତାରେ ଅବ୍ୟବସ୍ଥା
/sambad/media/post_attachments/wp-content/uploads/2017/12/hockey-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)