ନାସିକ: ନାସିକର ଓମ୍ ମହାଜନ ନାମକ ଜଣେ ୧୭ ବର୍ଷୀୟ ନାବାଳକ ନୂଆ ସାଇକ୍ଲିଂ କୀର୍ତ୍ତିମାନ କରିଛନ୍ତି। କାଶ୍ମୀରରୁ କନ୍ୟାକୁମାରୀ ଦୀର୍ଘ ୩୬୦୦ କିଲୋମିଟର ଦୂରତାକୁ ମାତ୍ର ୮ ଦିନ ୭ ଘଣ୍ଟା ଓ ୩୮ ମିନିଟ୍ ସମୟରେ ଅତିକ୍ରମ କରିଛନ୍ତି ସେ। ଏଭଳି କରିବାରେ ଦେଶର ଦ୍ରୁତତମ ସାଇକ୍ଲିଷ୍ଟ ହୋଇଛନ୍ତି ଓମ୍। ଗତ ସପ୍ତାହର ଏକ ଶିତୁଆ ରାତିରେ ନିଜର ଏହି ଦୁଃସାସିକ ଅଭିଯାନ ଶ୍ରୀନଗରରୁ ଆରମ୍ଭ କରିଥିଲେ ସେ। ମଧ୍ୟପ୍ରଦେଶର ପ୍ରବଳ ବର୍ଷାକୁ ସଫଳତାର ସହ ମୁକାବିଲା କରି ଦକ୍ଷିଣ ଭାରତରେ ପ୍ରବେଶ କରିବା ସହ ଶେଷରେ କନ୍ୟାକୁମାରୀରେ ଶନିବାର ରାତିରେ ପହଞ୍ଚିଥିଲେ। ସଂଯୋଗବଶତଃ ଶ୍ରୀନଗରରୁ କନ୍ୟାକୁମାରୀ ପହଞ୍ଚିବାର ଗିନିଜ୍ ବୁକ୍ ଅଫ୍ ରେକର୍ଡସ ଓମ୍ଙ୍କ ଦାଦା ମହେନ୍ଦ୍ର ମହାଜନଙ୍କ ନାମରେ ଥିଲା। ତେବେ ନିକଟରେ ତାଙ୍କର ଏହି କୀର୍ତ୍ତିମାନକୁ ସେନା ବାହିନୀର ଭରତ ପନ୍ନୁ ଭାଙ୍ଗି ଦେଇଥିଲେ। ପନ୍ନୁ ଏହି ଦୂରତାକୁ ୮ ଦିନ ୯ ଘଣ୍ଟାରେ ପୂରଣ କରିଥିଲେ। ଏବେ ଓମ୍ ନିଜ ନାଁରେ ଏହି କୀର୍ତ୍ତିମାନକୁ କରିନେଇଛନ୍ତି। ଫଳରେ ସାଇକ୍ଲିଂ କୀର୍ତ୍ତିମାନ ମହାଜନ ପରିବାରକୁ ପୁନର୍ବାର ଫେରିଛି।
ନାସିକ ବାଳକଙ୍କ ନୂଆ ସାଇକ୍ଲିଂ କୀର୍ତ୍ତିମାନ, ୮ ଦିନରେ କାଶ୍ମୀରରୁ କନ୍ୟାକୁମାରୀ
/sambad/media/post_attachments/wp-content/uploads/2020/11/gj54dg56j4dg65j4dg654j65dgdgjdgjdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)