ପାଣ୍ଡ୍ୟାଙ୍କ ପାଇଁ ପିଠା ତିଆରି କଲେ ନତାଶା

ମୁମ୍ବାଇ: ଗୃହାବଦ୍ଧରେ ଥାଇ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବାରେ କୌଣସି ହେଳା କରୁ ନାହାନ୍ତି। ପ୍ରେମିକା ନତାଶା ଷ୍ଟଙ୍କଭିକଙ୍କ ସହ ବିତାଉଥିବା ସୁଖଦ ମୁହୂର୍ତ୍ତର କିଛି ଫଟୋ ଓ ଭିଡିଓ ନିୟମିତ ବ୍ୟବଧାନରେ ସେ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରୁଛନ୍ତି। ସୋମବାର ଇନଷ୍ଟାଗ୍ରାମରେ ଛାଡ଼ିଥିବା ଭିଡିଓରେ ନତାଶାଙ୍କୁ ପାଣ୍ଡ୍ୟା ମୁଁ ତୋର କିଏ? ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଛି। ସର୍ବିୟାରେ ଜନ୍ମଗ୍ରହଣ କରିଥିବା ନତାଶା ମଧ୍ୟ ହାର୍ଦିକଙ୍କୁ ତୁରନ୍ତ ଏହାର ଜବାବ ଦେଇ ‘ ମୋ ହୃଦୟର ରାଜା’ ବୋଲି କହୁଛନ୍ତି। ନତାଶା ତାଙ୍କ ପାଇଁ ପିଠା ପ୍ରସ୍ତୁତ କରୁଥିବାର ଭିଡିଓ ବି ପାଣ୍ଡ୍ୟା ପ୍ରକାଶ କରିଛନ୍ତି। ତା’ ତଳେ ସେ ଲେଖିଛନ୍ତି ଯେ ମୋ ପାଇଁ ପିଠା ପ୍ରସ୍ତୁତ ଚାଲିଛି।

ସମ୍ବନ୍ଧିତ ଖବର