ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ହାର୍ଦ୍ଦିକ, ନତାଶାଙ୍କୁ ଧୋକା ଦେବାରୁ ସେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଗତ କିଛି ଦିନ ହେବ ନତାଶା ଇନଷ୍ଟାରେ ଧୋକାକୁ ନେଇ ବିଭିନ୍ନ ପେଜରେ କରାଯାଇଥିବା ପୋଷ୍ଟକୁ ଲାଇକ୍ କରିବା ଆରମ୍ଭ କରିଛନ୍ତି। ପୋଷ୍ଟ ସହ ସେ ରିଲ୍ସକୁ ମଧ୍ୟ ଲାଇକ୍ କରୁଥିବା ଦେଖାଯାଇଛି। ଏହାକୁ ଦେଖି ହାର୍ଦ୍ଦିକ, ନତାଶାଙ୍କୁ ଧୋକା ଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବା ପରେ ନତାସା ଷ୍ଟାନକୋଭିକ୍ ବର୍ତ୍ତମାନ ତାଙ୍କ ସହର ସର୍ବିଆରେ ଅଛନ୍ତି। ମେ’ ୨୦୨୦ରେ ନିରାଡମ୍ବର ଭାବେ ବିବାହ କରିବା ପରେ ଫେବ୍ରୁଆରି ୨୦୨୩ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବଡ଼ ଆଡମ୍ବରରେ ବିବାହ କରିଥିଲେ ହାର୍ଦ୍ଦିକ-ନତାଶା। ହେଲେ ଜୁଲାଇ ୨୦୨୪ରେ ସେମାନେ ଅଲଗା ହେଉଥିବା ନିଶ୍ଚିତ କରିଥିଲେ। ଛାଡ଼ପତ୍ର ବିଷୟରେ ଘୋଷଣା କରି ଦୁହେଁ ଲେଖିଥିଲେ, “ପ୍ରାୟ ୪ ବର୍ଷ ପରେ ଆମେ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ | କିନ୍ତୁ ବର୍ତ୍ତମାନ ଦୁହେଁ ସମାନ ନିଷ୍ପତ୍ତି ନେଇଛୁ । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା | ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ | ଆମେ ଦୁହେଁ ତାଙ୍କୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିବୁ |”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/t-118.jpg)