ନତାଶା-ପଙ୍ଖୁଡ଼ିଙ୍କ ‘ପାଣ୍ଡ୍ୟା ସ୍ବାଗ୍’

ଚେନ୍ନାଇ: ଆଇପିଏଲ୍-୨୦୨୧ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଜୈବ ବଳୟ ଭିତରେ ଥିବା ପାଣ୍ଡ୍ୟା ଭାଇ ହାର୍ଦିକ ଓ କ୍ରୁନାଲ ନିଜ ନିଜ ପତ୍ନୀ ନତାଶା ଷ୍ଟଙ୍କୋଭିକ ଓ ପଙ୍ଖୁଡ଼ି ଶର୍ମାଙ୍କ ସହ ପ୍ରଶଂସକଙ୍କ ମନୋରଞ୍ଜନ କରିବାକୁ ଭୁଲୁ ନାହାନ୍ତି। ଏହି କ୍ରମରେ ଚାରି ଜଣ ଯାକ ସାମାଜିକ ଗଣମାଧ୍ୟମରେ ‘ ଦି ପାଣ୍ଡ୍ୟା ସ୍ବାଗ୍’ ନାମରେ ଫଟୋ ଓ ଭିଡିଓ ଛାଡ଼ିଛନ୍ତି। ଏଥିରେ ହାର୍ଦିକ ଓ କ୍ରୁନାଲ ଏକାରଙ୍ଗର ପୋଷାକ ପିନ୍ଧିଥିଲା ବେଳେ ନତାଶା ଓ ପଙ୍ଖୁଡ଼ିଙ୍କ ପରିପାଟିରେ ମଧ୍ୟ ସମାନତା ପରିଲକ୍ଷିତ ହେଉଛି। ସେମାନଙ୍କ ନାଚ ମଧ୍ୟ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି। ତେବେ ପାଣ୍ଡ୍ୟା ଭାଇଙ୍କଠାରୁ ନତାଶା ଓ ପଙ୍ଖୁଡ଼ି ଯେ ଭଲ ନାଚ କରି ଜାଣନ୍ତି, ଏଥିରୁ ସ୍ପଷ୍ଟ ବାରି ହେଉଛି।

ସମ୍ବନ୍ଧିତ ଖବର