ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ନାତାଶା ଘୋଷଣାର ଦେଢ଼ ମାସ ପରେ ସର୍ବିଆରୁ ଭାରତ ଫେରିଛନ୍ତି।
/sambad/media/post_attachments/8a913881ee369377a7a09d8aa063245b4be47de8dc172904e1ae3b5f3167c92e.png)
ସୋମବାର ସେ ଭାରତ ଫେରିଥିବା ବେଳେ ମଙ୍ଗଳବର ପୁଅ ଅଗସ୍ତ୍ୟକୁ ହାର୍ଦ୍ଦିକଙ୍କ ଘରେ ଛାଡ଼ିଥିବା ଜଣାପଡ଼ିଛି। ହାର୍ଦ୍ଦିକଙ୍କ ଭାଉଜ ପଙ୍ଖୁରୀ ଶର୍ମା, ଅଗସ୍ତ୍ୟଙ୍କ ସହ ଏକ ଫଟୋ ଇନଷ୍ଟା ଷ୍ଟୋରୀରେ ରଖିଥିଲେ। ଏହି ଫଟୋରେ ସେ ଲେଖିଥିଲେ 'ଗପ ଶୁଣିବାର ସମୟ'। ରେ ପଙ୍ଖୁରୀ ଗପ ବହି ଧରିଛନ୍ତି ଏବଂ ତାଙ୍କ କୋଳରେ ଅଗସ୍ତ୍ୟ ଓ ତାଙ୍କ ପୁଅ ବସିଥିବା ଦେଖାଯାଇଛି।
ଉଲ୍ଲେଖଯୋଗ୍ୟ, ମେ’ ୨୦୨୦ରେ ନିରାଡମ୍ବର ଭାବେ ବିବାହ କରିବା ପରେ ଫେବ୍ରୁଆରି ୨୦୨୩ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ବଡ଼ ଆଡମ୍ବରରେ ବିବାହ କରିଥିଲେ ହାର୍ଦ୍ଦିକ-ନତାଶା। ହେଲେ ଜୁଲାଇ ୨୦୨୪ରେ ସେମାନେ ଅଲଗା ହେଉଥିବା ନିଶ୍ଚିତ କରିଥିଲେ। ଛାଡ଼ପତ୍ର ବିଷୟରେ ଘୋଷଣା କରି ଦୁହେଁ ଲେଖିଥିଲେ, “ପ୍ରାୟ ୪ ବର୍ଷ ପରେ ଆମେ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଦୁହେଁ ଏକାଠି ରହି ନିଜର ସର୍ବଶ୍ରେଷ୍ଠ ସମୟ ଦେଇଥିଲୁ | କିନ୍ତୁ ବର୍ତ୍ତମାନ ଦୁହେଁ ସମାନ ନିଷ୍ପତ୍ତି ନେଇଛୁ । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା | ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ | ଆମେ ଦୁହେଁ ତାଙ୍କୁ ସମସ୍ତ ଖୁସି ଦେବାକୁ ଚେଷ୍ଟା କରିବୁ ।” ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବା ପରେ ନତାଶା ଷ୍ଟାନକୋଭିକ୍ ତାଙ୍କ ସହର ସର୍ବିଆକୁ ଚାଲି ଯାଇଥିଲେ। ଏବେ ସେ ସେଠାରୁ ଫେରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/eBQa3G8XrWWQGhwSzS3N.jpg)