ପାଣ୍ଡ୍ୟାଙ୍କୁ ଘାଇଲା କଲା ନତାଶାଙ୍କ ବିଚ୍‌ ଫଟୋ

ଚେନ୍ନାଇ: ଚେନ୍ନାଇ ସମୁଦ୍ରକୂଳକୁ ବୁଲିବାକୁ ଯାଇଥିଲା ବେଳେ ପାର୍ଟନର ତଥା ବଲିଉଡ୍ ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିକ ଉଠାଇଥିବା ଏକ ଆକର୍ଷଣୀୟ ଓ ସୁନ୍ଦର ଫଟୋ ମୁମ୍ବାଇ ଇଣ୍ଡିଆନ୍ସ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟାଙ୍କ ମନ ଜିତିନେଇଛି। ନତାଶା ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିବା ପରେ ହାର୍ଦିକ ନିଜ ପ୍ରତିକ୍ରିୟାରେ ‘ଅତି ସୁନ୍ଦର’ ବୋଲି ଲେଖିଥିଲେ। ଖାଲି ଫଟୋ ନୁହେଁ ସମୁଦ୍ର କୂଳରେ ଦୌଡ଼ାଦୌଡ଼ି କରୁଥିବାର ଏକ ଭିଡିଓ ମଧ୍ୟ ନତାଶା ଛାଡ଼ିଥିଲେ। ତା’ ତଳେ ‘ଖୁସି ଲହରିରେ ଆସେ’ ବୋଲି ଲେଖିଥିଲେ। ଏହି ଭିଡିଓଟିକୁ ମଧ୍ୟ ପାଣ୍ଡ୍ୟା ଓ ତାଙ୍କ ପ୍ରଶଂସକ ବେଶ୍ ପସନ୍ଦ କରିଥିଲେ। ସୂଚନାଯୋଗ୍ୟ ଯେ ଚଳିତ ଆଇପିଏଲ୍‌ର ପ୍ରଥମ ପାଞ୍ଚଟି ମ୍ୟାଚ୍ ଖେଳିବା ଲାଗି ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ସଂପ୍ରତି ଚେନ୍ନାଇରେ ଡେରା ପକାଇଛନ୍ତି। ଦଳର ଜୈବ ବଳୟ ଭିତରେ ସେମାନଙ୍କ ପିଲା ଓ ପରିବାର ବି ଅଛନ୍ତି।

ସମ୍ବନ୍ଧିତ ଖବର