ଜାତୀୟ ଦୁଃସାହସିକ ଶିବିର ପରିଚାଳନା କରିବେ ୬ ଓଡ଼ିଆ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ଦୁଃସାହସିକ କ୍ରୀଡ଼ା ସଂଗଠନ ଆସା (ଆସୋସିଏସନ୍‌ ଫର୍‌ ଆଡଭେଞ୍ଚର ଆଣ୍ଡ ସୋସିଆଲ ଆକ୍ଟିଭିଟି)ର ୬ ଜଣ ପ୍ରଶିକ୍ଷକ ହିମାଚଳ ପ୍ରଦେଶର ବ୍ରିଟିସ୍‌ ଟ୍ରେଲ୍‌ ଟ୍ରାକ୍‌ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମନୋନୀତ ହୋଇଛନ୍ତି। ଏହି ୫ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ସେମାନେ ମନାଲିରେ ଆୟୋଜିତ ହେବାକୁ ଥିବା ଜାତୀୟ ଦୁଃସାହସିକ ଶିବିରରେ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ଏହି ଶିବିରକୁ ଚଣ୍ଡିଗଡରେ ଥିବା ଜାତୀୟ ଦୁଃସାହସିକ କ୍ଲବ୍‌ ଆୟୋଜନ କରୁଛି। ଆସା ଏହି ପ୍ରଶିକ୍ଷକମାନଙ୍କୁ ଏଥିଲାଗି ଆର୍ଥିକ ସହାୟତା ପ୍ରଦାନ କରୁଛି। ଦଳରେ ଥିବା ପ୍ରଶିକ୍ଷକମାନେ ହେଲେ ଚିନ୍ମୟ ମହାରଣା, ଦେବଦତ୍ତ ସାମନ୍ତରାୟ, ନିରଂଜନ ଦାସ, ଅନୀତା ସ୍ୱାଇଁ, ସସ୍ମିତା ପ୍ରଧାନ ଓ ସିମରନ୍‌ ମିଶ୍ର। ଏମାନଙ୍କୁ ଗୁରୁବାର ସକାଳେ ସ୍ଥାନୀୟ କିଶୋର କ୍ଲବ୍‌ଠାରେ ବିଦାୟୀ ସମ୍ବର୍ଧନା ଦିଆ ଯାଇଥିଲା। ଏଥିରେ ଭୁବନେଶ୍ୱର ଦୌଡ଼କୁଦ ସଂଘ (ବିଏଏ)ର ସଂସାଦକ ସୌର୍ଯ୍ୟ ରଞ୍ଜନ ପରିଜା, ଏଭରେଷ୍ଟ ଆରୋହୀ ତଥା ଆସାର ସଂପାଦକ ଗଣେଶ ଚନ୍ଦ୍ର ଜେନା, ପରାମର୍ଶଦାତା ଅଶୋକ କୁମାର ମହାନ୍ତି, ବିଏଏ କୋଷାଧ୍ୟକ୍ଷ ରଘୁନାଥ ପଣ୍ଡା ଏବଂ ଖୋର୍ଧା ଜିଲ୍ଲା କ୍ରୀଡ଼ା ଅଧିକାରୀ ଲଳିତ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର