ଜାତୀୟ ବୟସ୍କ ଦୌଡ଼କୁଦ ପାଇଁ ଓଡ଼ିଶା ଦଳର ଯାତ୍ରା

ସମ୍ବଲପୁର: ଫେବ୍ରୁଆରି ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଜବାହାର ଲାଲ ନେହରୁ ଷ୍ଟାଡିୟମରେ ହେବାକୁ ଥିବା ଜାତୀୟ ବର୍ଷିଆନ ଦୌଡ଼କୁଦ ସମାବେଶ ପାଇଁ ୭୨ ଜଣିଆ ଓଡ଼ିଶା ଦଳ ଦିଲ୍ଲୀ ଯାତ୍ରା କରିଛି। ବରଗଡ଼ରେ ଅନୁଷ୍ଠିତ ରାଜ୍ୟ ବର୍ଷିଆନ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ଏହି ପ୍ରତିଯୋଗୀମାନେ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହି ଦଳରେ ୬ ଜଣ ମହିଳା ପ୍ରତିଯୋଗୀ ସାମିଲ ଅଛନ୍ତି। ଦଳ ସହ ଅନ୍ତର୍ଜାତୀୟ ବର୍ଷିଆନ କ୍ରୀଡ଼ାବିତ ସୁନ୍ଦରମଣି ବାରିକ ଏବଂ ବୃନ୍ଦାବନ ସାହୁ ପ୍ରଶିକ୍ଷକ ତଥା ଜୁଗଳ କିଶୋର ସିଂହ ପ୍ରବନ୍ଧକଭାବେ ଯାତ୍ରା କରିଛନ୍ତି। ପ୍ରତିଯୋଗୀମାନଙ୍କୁ ଓଡ଼ିଶା ବର୍ଷିଆନ କ୍ରୀଡ଼ା ସଂଘର ସଭାପତି କେଶବ ମିଶ୍ର, ସଂପାଦକ ଶିବ ମିଶ୍ର, ସମ୍ବଲପୁର ବର୍ଷିଆନ କ୍ରୀଡ଼ା ସଂଘର ସଂପାଦକ ସଦାଶିବ ପୁରୋହିତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର