ଜାତୀୟ ତୀରନ୍ଦାଜୀରେ ରାହୁଲଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଚାଲିଥିବା ଜାତୀୟ ମିନି ତୀରନ୍ଦାଜୀରେ ଓଡ଼ିଶା ତାରକା ରାହୁଲ ମାଡ଼କାମି ବ୍ୟକ୍ତିଗତ କମ୍ପାଉଣ୍ଡରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ଫାଇନାଲରେ ଦିଲ୍ଲୀର ଏସରାଜ୍ ଦୁବେଙ୍କୁ ୨୪୧-୨୪୦ ପଏଣ୍ଟରେ ହରାଇ ରାହୁଲ ଏହି ସଫଳତା ଲାଭ କରିଥିଲେ। ରବିବାର ପ୍ରତିଯୋଗିତାର ବିଭିନ୍ନ ଦଳଗତ ବର୍ଗ ଅନୁଷ୍ଠିତ ହେବ। ଓଡ଼ିଶା ଇଣ୍ଡିଆନ୍ ରାଉଣ୍ଡ, ରିକର୍ଭ ଓ ଦଳଗତ କମ୍ପାଉଣ୍ଡ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସ୍ବର୍ଣ୍ଣିମ ସଫଳତା ଲାଗି ଓଡ଼ିଶା ତୀରନ୍ଦାଜୀ ସଂଘର ସଭାପତି ଅଜିତ କୁମାର ତ୍ରିପାଠୀ ଓ ସଂପାଦକ ଶ୍ରଦ୍ଧାନନ୍ଦ ଦାଶ ରାହୁଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର