କଟକ: ଭଦୋଦରାଠାରେ ଚାଲିଥିବା ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ପଦକ ମିଳିଛି। ୧୧୦ ମିଟର ବାଧାଦୌଡ଼ରେ ପୁଙ୍ଗା ସୋରେନ୍ ସ୍ୱର୍ଣ୍ଣ ପଦକ ଜିତିଥିଲାବେଳେ ମହିଳା ଲମ୍ବଡିଆଁରେ ମନୀଷା ମେରେଲ୍ କାଂସ୍ୟ ପଦକ ପାଇଛନ୍ତି। ପୁରୁଷ ବାଧାଦୌଡ଼ରେ ପୁଙ୍ଗା ୧୪.୨୮ ସେକେଣ୍ଡରେ ଏହି ସଫଳତା ପାଇଥିଲେ। ଏହି ଇଭେଣ୍ଟରେ ଝାଡ଼ଖଣ୍ଡର ଆଦିତ୍ୟ ପ୍ରକାଶ ୧୪.୩୨ ସେକେଣ୍ଡ ସହ ରୌପ୍ୟ ଓ କେରଳର ସୂର୍ଯ୍ୟଜିତ୍ ଆର୍.କେ. ୧୪.୪୯ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ମହିଳା ଲମ୍ବଡିଆଁ ଫାଇନାଲ୍ରେ ମନୀଷା ୫.୩୮ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ କେରଳର ସାନ୍ଦ୍ର ବାବୁ ୫.୬୨ ସେକେଣ୍ଡ ସହ ସ୍ୱର୍ଣ୍ଣ ଓ ଆସାମର ଅମ୍ବ୍ରିଖା ନର୍ଜାରୀ ୫.୫୬ ସେକେଣ୍ଡ ସହ ରୌପ୍ୟ ପଦକ ଜିତିଛନ୍ତି। ଏମାନଙ୍କ ବ୍ୟତୀତ ୫ ହଜାର ମିଟର ଚାଲିବାରେ ତେଜସ୍ୱିନୀ କିସ୍ପୋଟା ଦଶମ ଓ ମହିଳା ୪୦୦ ମିଟର ଦୌଡ଼ରେ ଫୁଲମଣି କାର୍ଜୀ ଷଷ୍ଠ ସ୍ଥାନରେ ରହି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ସୁଖୀ ବାସ୍କେ ୨୦୦ ମିଟର ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୋମବାର ଫାଇନାଲ୍ ଅନୁଷ୍ଠିତ ହେବ।
ଜାତୀୟ କନିଷ୍ଠ ଦୌଡ଼କୁଦ ପୁଙ୍ଗାଙ୍କୁ ସ୍ୱର୍ଣ୍ଣ, ମନୀଷାଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2018/07/page1-punga-sorten.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)