ଜାତୀୟ ଦୌଡ଼କୁଦ: ଅମିୟ ଫାଇନାଲ୍‌ରେ

ଭୁବନେଶ୍ବର : ପତିଆଲାରେ ଶୁକ୍ରବାରଠାରୁ ୬୦ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଆରମ୍ଭ ହୋଇଛି। ଜାତୀୟ ରେକର୍ଡଧାରୀ ଧାବକ ଅମିୟ ମଲ୍ଲିକ ୧୦୦ ମିଟର୍‌ ଦୌଡ଼ରେ ୧୦.୫୦ ସେକେଣ୍ଡ୍‌ ସମୟ ସହ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଅମିୟଙ୍କ ନାମରେ ଗତ ୫ ବର୍ଷ ଧରି ୧୦୦ ମିଟର୍‌ ଜାତୀୟ କୀର୍ତ୍ତିମାନ (୧୦.୨୬ ସେକେଣ୍ଡ୍) ରହିଛି। ଶନିବାର ଅମିୟ ଫାଇନାଲ୍‌ରେ ଉନ୍ନତ ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଆଶା ରଖିଥିଲେ ମଧ୍ୟ ଏହା କଷ୍ଟସାଧ୍ୟ ମନେ ହେଉଛି। କାରଣ ଟୋକିଓ ଅଲିମ୍ପିକ୍ସ ପୁରୁଷ ୧୦୦ ମିଟର୍‌ ପାଇଁ ଯୋଗ୍ୟତା ମାନଦଣ୍ଡ ରହିଛି ୧୦.୦୫ ସେକେଣ୍ଡ୍‌। ପରେ ଅମିୟ ମଧ୍ୟ ୨୦୦ ମିଟର୍ ଯୋଗ୍ୟତା (୨୦.୨୪ ସେକେଣ୍ଡ୍‌) ଉପରେ ନଜର ରଖିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ଟୋକିଓ ଟିକେଟ୍ ପାଇଁ ଶେଷ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଦ୍ରୁତତମ ଧାବିକା ଦୂତି ଚାନ୍ଦ ଶନିବାର ୧୦୦ ମିଟରରେ ପ୍ରୟାସ କରିବେ। ଶୁକ୍ରବାର କିନ୍ତୁ ଦୂତି ଭାରତୀୟ ୧୦୦ ମିଟର୍ ରିଲେ ଦଳ ପାଇଁ ପ୍ରତିନିଧିତ୍ବ କରିଥିଲେ। ୪୩.୫୦ ସେକେଣ୍ଡ୍‌ ଶ୍ରେଷ୍ଠ ସମୟ ସହ ଭାରତୀୟ ଦଳ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅନ୍ୟତମ ଧାବିକା ଜଉନା ମୁର୍ମୁ ଆହତ କାରଣରୁ ପ୍ରତିଯୋଗିତାରୁ ଦୁଃଖଦ ବିଦାୟ ନେଇଛନ୍ତି। ମହିଳା ହାମର‌ ଥ୍ରୋ’ରେ ଦିବ୍ୟା ସାନ୍ଧିଲ୍ୟ ମଧ୍ୟ ଓଡ଼ିଶାର ପ୍ରତିନିଧିତ୍ବ କରୁଛନ୍ତି।

ସମ୍ବନ୍ଧିତ ଖବର