କଟକ: ବେଙ୍ଗାଲୁରୁରେ ଚାଲିଥିବା ସର୍ବଭାରତୀୟ ମାନ୍ୟତା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ଯୁଗଳ ଫାଇନାଲ୍ରେ ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ତା ପ୍ରବେଶ କରିଛନ୍ତି। କେ ମନୀଷାଙ୍କୁ ଯୋଡ଼ି କରିଥିବା ଋତୁପର୍ଣ୍ଣା ଶନିବାର ସେମିଫାଇନାଲ୍ରେ ସିମ୍ରନ ସିଙ୍ଗି ଓ ରିତିକା ଠାକରଙ୍କ ଯୋଡ଼ିକୁ ୨୧-୧୬, ୨୧-୧୨ ସିଧାସଳଖ ଗେମ୍ରେ ପରାସ୍ତ କରିଦେଇଥିଲେ। ରବିବାର ଫାଇନାଲ୍ରେ ଋତୁପର୍ଣ୍ଣା-ମନୀଷା ଯୋଡ଼ି ଶିଖା ଗୁହାମ ଓ ଅଶ୍ବିନୀ ଭଟ୍ଟ ଯୋଡ଼ିକୁ ଭେଟିବେ। ପୂର୍ବରୁ ମିଶ୍ରିତ ଯୁଗଳରେ ଋତୁପର୍ଣ୍ଣା ଓ କ୍ରିଷ୍ଣା ପ୍ରସାଦ ଯୋଡ଼ି ପ୍ରି-କ୍ବାର୍ଟର ଫାଇନାଲ୍ରୁ ବିଦାୟ ନେଇଥିଲେ।
ସର୍ବଭାରତୀୟ ମାନ୍ୟତା ବ୍ୟାଡ୍ମିଣ୍ଟନ ଫାଇନାଲ୍ରେ ଋତୁପର୍ଣ୍ଣା
/sambad/media/post_attachments/wp-content/uploads/2020/01/dfhfsd4hsfh7498sf7h9sf7h98sf7h8sf9hfs4hsf4h6fsh.jpg)