ବେଙ୍ଗାଲୁରୁ: ପ୍ରଥମ ଥର ଲାଗି ଜାତୀୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଶ୍ୱ ମାନ୍ୟତାର ଶୀର୍ଷ-୫୦ ମଧ୍ୟରେ ସ୍ଥାନ ପାଇଥିବା ଖେଳାଳିମାନେ କ୍ୱାର୍ଟର ଫାଇନାଲ୍କୁ ସିଧାସଳଖ ପ୍ରବେଶ କରିବେ ବୋଲି ଭାରତୀୟ ବ୍ୟାଡ୍ମିଣ୍ଟନ ସଂଘ ନିଷ୍ପତ୍ତି ନେଇଛି। ସେହିଦୃଷ୍ଟିରୁ ଭାରତରେ ଆୟୋଜିତ ହେବାକୁ ଯାଉଥିବା ୧ କୋଟି ଟଙ୍କାର ପୁରସ୍କାର ରାଶି ବିଶିଷ୍ଟ ଆଗାମୀ ଜାତୀୟ ପ୍ରତିଯୋଗିତାରେ ସାତ ଜଣ ଭାରତୀୟ ତାରକା ପିଭି ସିନ୍ଧୁ (ବିଶ୍ୱ ମାନ୍ୟତାର ଦ୍ୱିତୀୟ), ସାଇନା ନେହ୍ଵାଲ (ଦ୍ୱାଦଶ ମାନ୍ୟତା) ଏବଂ କିଦାମ୍ବି ଶ୍ରୀକାନ୍ତ (ଅଷ୍ଟମ), ଏଚ୍ଏସ୍ ପ୍ରଣୟ (ପଞ୍ଚଦଶ), ବି ସାଇ ପ୍ରଣୀତ (ସପ୍ତଦଶ), ସମୀର ବର୍ମା (ଉନବିଂଶ) ଏବଂ ଅଜୟ ଜୟରାମ (ବିଂଶତମ) ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ସିଧାସଳଖ କ୍ୱାର୍ଟର ଫାଇନାଲ୍ରୁ ହିଁ ଅଭିଯାନ ଆରମ୍ଭ କରିବେ। ଏହି ପ୍ରତିଯୋଗିତାରେ ସମସ୍ତ ପ୍ରମୁଖ ମାନ୍ୟତା ଖେଳାଳି ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ବୋଲି ଭାରତୀୟ ସଂଘର ସଭାପତି ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ଏପରିକି ଆର୍ଥିକ ଦୃଷ୍ଟିକୋଣରୁ ଭାଗ ନେଇପାରୁନଥିବା ଖେଳାଳିମାନଙ୍କ ପାଇଁ ଶର୍ମା ବୃତ୍ତି ଘୋଷଣା କରିଛନ୍ତି।
ଜାତୀୟ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା: କ୍ୱାର୍ଟରରୁ ଖେଳିବେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତ
/sambad/media/post_attachments/wp-content/uploads/2017/10/pv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)