ଜାତୀୟ ବାସ୍କେଟ୍‌ବଲ୍‌ ଶିବିରରେ ଲିପ୍ରାମୟୀ, ପ୍ରଗତି

କଟକ: ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ଜାତୀୟ କନିଷ୍ଠ ବାଳିକା ବାସ୍କେଟ୍‌ବଲ୍‌ ପ୍ରଶିକ୍ଷଣ ଓ ଚୟନ ଶିବିରରେ ଓଡ଼ିଶାରୁ ଲିପ୍ରାମୟୀ ଓ ପ୍ରଗତି ରେ’ ଯୋଗଦେଇଛନ୍ତି। ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ମଧ୍ୟ ଶିବିର ଅନୁଷ୍ଠିତ ହେବ। ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ହେବାକୁଥିବା ଫିବା ୧୮ ବର୍ଷରୁ କମ୍‌ ଏସୀୟ ମହିଳା ପ୍ରତିଯୋଗିତାର ପ୍ରସ୍ତୁତି ପାଇଁ ଏହି ଶିବିରର ଆୟୋଜନ କରାଯାଉଛି। ଓଡ଼ିଶା ବାସ୍କେଟ୍‌ବଲ୍‌ ସଂଘର ସାଧାରଣ ସମ୍ପାଦକ ଜ୍ଞାନରଂଜନ ପରିଡ଼ା ଓ ସତୀଶ ସାହୁ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର