ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: କଟକର ରବୀନ ବିଜେତା, ପୁରୀର ସୋମନାଥ ଉପବିଜେତା

ପୁରୀ: ପୁରୀ ଆମିଏଚର ବଡି ବିଲ୍‌ଡିଂ ଓ କଳିଙ୍ଗ ବଡି ବିଲ୍‌ଡିଂ ଆସୋସିଏସନ୍‌ ଆନୁକୂଲ୍ୟ‌ରେ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସୁନ୍ଦର ସ୍ବାସ୍ଥ୍ୟରେ କଟକର ରବୀନ କୁମାର ସାହୁ ବିଜେତା ହୋଇଛନ୍ତି। ପୁରୀର ସୋମନାଥ ଜାଲି ଉପବିଜେତା ହୋଇଛନ୍ତି। ସେହିଭଳି ମହିଳା ସ୍ପୋର୍ଟସ ମଡେଲ୍‌ରେ କଟକର ଜ୍ଞାନଞ୍ଜଳି ସାହୁ ପ୍ରଥମ ହୋଇଥିବା ବ‌େଳେ ପୁରୀର ପ୍ରିୟଙ୍କା ସାମନ୍ତରାୟ ଦ୍ବିତୀୟ ଓ ଅନୁଗୁଳର ନିହାରିକା ଜେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଉପଜିଲ୍ଲାପାଳ ଭବତାରଣ ସାହୁ, ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ପ୍ରତ୍ୟୁଷ ଓସେନ୍‌ ପାର୍କର ମୁଖ୍ୟ କୃଷ୍ଣା ବଡ଼ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପ୍ରତିଯୋଗିତାରେ ଆସାମ, ପଶ୍ଚିମବଙ୍ଗ, ଛତିଶଗଡ଼ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥ‌େିଲ। ୭ଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା। ଲିଜେଣ୍ଡ ଜିମ୍‌ ସହଯୋଗରେ ଆୟୋଜିତ ପ୍ରତିଯୋଗିତାରେ ଅନୁଷ୍ଠାନର ସଭାପତି ଗୌରୀଶଙ୍କର ସିଂହାରୀ, ଉପସଭାପତି ସଂଜୀବ ରଥଶର୍ମା, ସାଧାରଣ ସମ୍ପାଦକ ରଞ୍ଜନ ମହାନ୍ତି, ସମ୍ପାଦକ ବିକ୍ରମ କୁଅଁର, କୋଷାଧ୍ୟକ୍ଷ ଚିତ୍ତରଂଜନ ବେହେରା, ଭବାନୀ ଶଙ୍କର ଦାସ, ବିଧାନ ଦାସ, ଶିବପ୍ରସନ୍ନ ପଟ୍ଟନାୟକ, ଧୀରଜ ମୋହନ ଦାସ, ପଶ୍ଚିମବଙ୍ଗ ବଡି ବିଲ୍‌ଡିଂ ସଂଘର ସଭାପତି ଆର୍‌ ବାନାର୍ଜୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର