ଭୁବନେଶ୍ବର: ମଧ୍ୟପ୍ରଦେଶର ଇନ୍ଦୋରଠାରେ ଅନୁଷ୍ଠିତ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପିଙ୍କି ବେହେରା। ୨୮ ବର୍ଷୀୟା ପିଙ୍କି ମହିଳା ବିକିନି ପତ୍ରିଯୋଗିତାରେ ଚାମ୍ପିଅନ୍ ଅପ୍‌ ଚାମ୍ପିଅନ୍ସ ବିବେଚିତ ହୋଇ ‘ମିସ୍ ଇଣ୍ଡିଆ’ ମୁକୁଟ ବି ଜିତିଛନ୍ତି। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୧୮ ରାଜ୍ୟରୁ ୧୨୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥି ମଧ୍ୟରେ ୨୯ ଜଣ ମହିଳା ବଡି ବିଲ୍ଡର ବି ସାମିଲ ଥିଲେ।

Advertisment

ବିଗତ ୫ ବର୍ଷ ଧରି ପିଙ୍କି ଭୁବନେଶ୍ବର ଜାଗୁଆର୍ ଫିଟ୍‌ନେସ୍‌ ଲାଇଭ୍‌ର  ପ୍ରଶିକ୍ଷକ ଗୌରୀଶଙ୍କର ବେ‌ହେରାଙ୍କଠାରୁ ପ୍ରଶିକ୍ଷଣ ନେଇ ଖେଳ ଜୀବନ ଗଢ଼ିଛନ୍ତି। ଜାତୀୟ ମୁକୁଟ ବିଜୟିନୀ ହେବା ପରେ ପିଙ୍କିଙ୍କୁ ଅଲ୍‌ ଓଡ଼ିଶା ବଡ଼ି ବିଲ୍‌ଡିଂ ଆଣ୍ଡ୍ ଫିଟନେସ୍‌ ସଂଘର ସଭାପତି ଦାଶରଥି ଗରାବଡ଼ୁ, କାର୍ଯ୍ୟକାରୀ ସଭାପତି ସୁରେଶ ପଣ୍ଡା, ସାଧାରଣ ସମ୍ପାଦକ ଗୌରୀଶଙ୍କର ବେହେରା, ଉପ ସଭାପତି ମାନସ ରଂଜନ ଦାସ ପ୍ରମୁଖ ଅଭିନନ୍ଦନ ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।