ଭୁବନେଶ୍ବର: ଅାସନ୍ତା ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ଲୋନାଭେଲାଠାରେ ଜାତୀୟ ବେଞ୍ଚ୍ ପ୍ରେସ ଶକ୍ତିଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ଲାଗି ରବିବାର ଜଣେ ମାତ୍ର ମହିଳା ସହିତ ଏକ ୧୯ ଜଣିଆ ଓଡ଼ିଶା ଦଳ ଉତ୍କଳ କରାଟେ ସ୍କୁଲ ପରିସରରେ ମନୋନୀତ କରାଯାଇଛି। ଚୟନ ଶିବିରକୁ ଦେବାଶିଷ ଆଚାର୍ଯ୍ୟ, ସନ୍ତୋଷ କୁମାର ବାରିକ, ପ୍ରଦୀପ କୁମାର ପାତ୍ର, ସୁଶ୍ରୀ ଗୌରିୀ ମହାନ୍ତି, ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଏବଂ ଇଂ ଚିତ୍ତରଂଜନ ସ୍ବାଇଁ ପରିଚାଳନା କରିଥିଲେ।
ଓଡ଼ିଶା ଦଳ: ଚନ୍ଦ୍ରବଦନୀ ମହନ୍ତ, ମହମ୍ମଦ ଅବିଦ, କେ ଦୋରା, ମହମ୍ମଦ ଜାଭେଦ ଅରସାଦ, ରାକେଶ ଭୁକ୍ତା, ରାକେଶ କୁମାର ଶତପଥୀ, ଅଭିଷେକ କର, ବିଚିତ୍ର ନାୟକ, ସୁନୀଲ ନାୟକ, ବିଭୂତିଭୂଷଣ ଭଞ୍ଜ, ଆଶିଷ ମଲିଆ, ପ୍ରଫୁଲ୍ଲ ଅମଲତ୍ୟା, ଦିବାକର ଗୋଚ୍ଛାୟତ, ନାରାୟଣ ସେଠୀ, ସୁଦାମ ସିଂହ, ବିଶ୍ବଜିତ ଜେନା, ସୁଜିତ କୁମାର ଗିରି, ଭାସ୍କର ବେହେରା ଏବଂ ରାଜେନ୍ଦ୍ର ପରିଡ଼ା।
ଜାତୀୟ ବେଞ୍ଚ୍ପ୍ରେସ୍ ପାଇଁ ଓଡ଼ିଶା ଦଳ
/sambad/media/post_attachments/wp-content/uploads/2018/10/4-National-Benchpress.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)