ଭୁବନେଶ୍ୱର: ମହାରଷ୍ଟ୍ରର ମୁମ୍ବାଇଠାରେ ଚଳିତ ମାସ ୩୦ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଜାତୀୟ ଦୃଷ୍ଟିହୀନ ଟେ୍ଵଣ୍ଟି-୨୦ କ୍ରିକେଟ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଲାଗି ଶୁକ୍ରବାର ଓଡ଼ିଶା ଦଳ ସେଠାକୁ ଯାତ୍ରା କରିଛି। ଏହି ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମର ୫ ଜଣିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ନିକଟରେ ପୂର୍ବାଞ୍ଚଳ ଟେ୍ଵଣ୍ଟି-୨୦ରେ ବିଜେତା ଆଖ୍ୟା ଅର୍ଜନ କରିଥିବା ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଟ୍ରଫି ଜିତିବ ବୋଲି ଅଧିନାୟକ ଜାଫର ଇକବାଲ ଦୃଢ଼ ଆଶା ପୋଷଣ କରିଛନ୍ତି। ଦଳରେ ପଙ୍କଜ ଭୂଏ ଏବଂ ସୁଖରାମ ମାଝୀଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ଥିଲା ବେଳେ ନକୁଳ ବଡ଼ନାୟକ, କାଳିଆ ପ୍ରଧାନ, ଲିଙ୍ଗରାଜ ରାଉତରା ଏବଂ ତପନ କୁମାର ଗୌଡ଼ଙ୍କ ଭଳି ପ୍ରତିଭାଶାଳୀ ଖେଳାଳି ଥିବା ଜାଫର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜୋନାଲ ସ୍ତରୀୟ ପ୍ରତିଯୋଗିତାର ଫାଇନାଲ୍ ଖେଳିଥିବା ଦୁଇଟି ଲେଖାଏଁ ମୋଟ ୮ ଦଳ ଜାତୀୟ ସ୍ତରୀୟ ପ୍ରତିଯୋଗିତା ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ୮ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇ ଶ୍ରେଷ୍ଠ ଚାରିଟି ଦଳ ମଧ୍ୟରେ ସେମିଫାଇନାଲ୍ ଅନୁଷ୍ଠିତ ହେବ। ଓଡ଼ିଶା ୩୦ ତାରିଖରେ ତା’ର ଅଭିଯାନ ଆରମ୍ଭ କରିବ। ଓଡ଼ିଶା ଦଳ: ମହମ୍ମଦ ଜାଫର ଇକବାଲ (ଅଧିନାୟକ), କାଳିଆ ପ୍ରଧାନ, ତପନ କୁମାର ଗୌଡ଼, ଲଲାଟେନ୍ଦୁ ମହାନ୍ତ, ଅନୀଲ ମଲ୍ଲିକ, ପଙ୍କଜ ଭୂଏ (ଉପ ଅଧିନାୟକ), ନକୁଳ ବଡ଼ନାୟକ, ଜୁଝର ବାର୍, ସିଙ୍ଗରାଇ ମାଝୀ, ସୁଖଦେବ ସୋରେନ୍, ଲିଙ୍ଗରାଜ ରାଉତରା, ବିଶ୍ୱନାଥ ଖରା, ଯୋଗେନ୍ଦ୍ର ଜାନି (ପ୍ରବନ୍ଧକ), ଚନ୍ଦ୍ର ଶେଖର ପଟ୍ଟନାୟକ (ପ୍ରଶିକ୍ଷକ)।
ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ଲାଗି ଓଡ଼ିଶା ଦଳର ମୁମ୍ବାଇ ଯାତ୍ରା
/sambad/media/post_attachments/wp-content/uploads/2017/10/odisha-blind-cricket-team-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)