ଜାତୀୟ ସୁନ୍ଦରସ୍ବାସ୍ଥ୍ୟ: ଭୋଳା, ବିକାଶଙ୍କୁ ରୌପ୍ୟ

ଭୁବନେଶ୍ବର: ଦିଲ୍ଲୀର ଗାଜିଆବାଦରେ ଆୟୋଜିତ ହୋଇଯାଇଥିବା ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ଭୋଳା ନାୟକ ଓ ବିକାଶ ରାମ ‌ରୌପ୍ୟ ପଦକ ଜିତିଛନ୍ତି। ତେବେ ମହିଳା ବର୍ଗରେ ଲକ୍ଷ୍ମପ୍ରିୟା ସ୍ବାଇଁ ଚତୁର୍ଥ ସ୍ଥାନ ପାଇ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଏହି ପ୍ରତିଯୋଗିତାରେ ଅଲ୍‌ ଓଡ଼ିଶା ବଡି ବିଲ୍‌ଡିଂ ଓ ଫିଟ୍‌ନେସ୍‌ ସଂଘର ସଂପାଦକ ପୃଥ୍ବୀରାଜ ଦାଶ, କାର୍ଯ୍ୟକାରୀ ସଭାପତି ସୁରେଶ ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ଜାତୀୟ ବିଚାରକ ଗୌରୀଶଙ୍କର ବେହେରା ଓଡ଼ିଶା ତରଫରୁ ପ୍ରତିନିଧିତ୍ବ କରିଥିଲେ। ଭୋଳା ଓ ବିକାଶଙ୍କ ଏହି ସଫଳତା ପାଇଁ ଦୁହିଁଙ୍କୁ ସମ୍ବର୍ଧିତ କରାଯାଇଛି।

ସମ୍ବନ୍ଧିତ ଖବର