ଜାତୀୟ ବାଳକ ମୁଷ୍ଟିଯୁଦ୍ଧ: ଅନୀଲଙ୍କୁ ସ୍ୱର୍ଣ୍ଣ: ଓଡ଼ିଶାକୁ ୭ ପଦକ

ଭୁବନେଶ୍ୱର: ହାଇଦ୍ରାବାଦରେ ସେପ୍ଟେମ୍ବର ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୨୯ତମ ଜାତୀୟ ଉପକନିଷ୍ଠ ବାଳକ ମୁୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ବକ୍ସିଂ ଓଡ଼ିଶାର ଖେଳାଳି ଗୋଟିଏ ସ୍ୱର୍ଣ୍ଣ ସହିତ ମୋଟ ୭ ପଦକ ଜିତି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଓଡ଼ିଶା ପାଇଁ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତିଥିଲେ ଅନୀଲ କୁମାର ଜେନା। ୧୫-୧୬ ବୟସ ବର୍ଗର ୫୪ରୁ ୫୭ କିଲୋଗ୍ରାମ ଓଜନ ବର୍ଗରେ ଅନୀଲ ଏହି ସଫଳତା ପାଇଥିଲେ। ଜିତେନ୍ଦ୍ର କୁମାର ମହାନ୍ତି (୧୪ ବର୍ଷ, ୪୦-୪୨ କିଲୋଗ୍ରାମ), ମହମ୍ମଦ ଟୁକନ୍‌ (୧୪ ବର୍ଷ, ୪୬-୪୮ କିଲୋଗ୍ରାମ), ଅନୀଲ କୁମାର ନାୟକ (୧୨ ବର୍ଷ, ୩୨-୩୪ କିଲୋଗ୍ରାମ), କିଶୋର କୁମାର ପ୍ରଧାନ (୧୪ ବର୍ଷ, ୫୪-୫୭ କିଲୋଗ୍ରାମ), ରାଜେଶ ମୁଣ୍ଡା (୧୩ ବର୍ଷ, ୩୬-୩୮ କିଲୋଗ୍ରାମ) ଏବଂ ସଂଜୀବ ନାୟକ (୧୨ ବର୍ଷ, ୩୬-୩୮ କିଲୋଗ୍ରାମ) କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ପଦକ ବିଜେତାମାନଙ୍କୁ ନବଗଠିତ ‘ବକ୍ସିଂ ଓଡ଼ିଶା’ ସମ୍ପାଦକ କବିରାଜ ଗୌଡ଼, ଖୋର୍ଧା ଜିଲ୍ଲା ମୁଷ୍ଟିଯୁଦ୍ଧ ସମ୍ପାଦକ ରାଧାନାଥ ମହାପାତ୍ର ଏବଂ ବରିଷ୍ଠ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଶିବ ଶଙ୍କର ଅଧିକାରୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର