ପଞ୍ଜାବ-ଓଡ଼ିଶା ମ୍ୟାଚ୍‌ ଅମୀମାଂସିତ

ଜାତୀୟ ବାଳକ ଫୁଟ୍‌ବଲ୍‌

କଟକ: ଜେସିଟି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଆରମ୍ଭ ହୋଇଥିବା ଜାତୀୟ ଉପ କନିଷ୍ଠ ବାଳକ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲାରେ ଓଡ଼ିଶା ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୨-୨ ଗୋଲରେ ଅମୀମାଂସିତ ରହିଛି। ମ୍ୟାଚର ୨ ମିନିଟ୍‌ ଓ ୪୦ ମିନିଟ୍‌ରେ ପଞ୍ଜାବର ପ୍ରିନ୍ସ ସିଂହ ଦୁଇଟି ଗୋଲ ଦେଇ ଦଳକୁ ଅଗ୍ରଣୀ ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାର ଯଦୁନାଥ ହାଂସଦା ୮୫ ଓ ୮୯ ମିନିଟ୍‌ରେ ଦୁଇଟି ଗୋଲ ପରିଶୋଧ କରିବାରେ ସଫଳ ହୋଇଥିଲେ। କିନ୍ତୁ ଏହାପରେ ଆଉ ଗୋଲ ନହେବାରୁ ମ୍ୟାଚ ଅମୀମାଂସିତ ରହିଥିଲା। ଓଡ଼ିଶା ପରବର୍ତ୍ତି ମ୍ୟାଚରେ ୧୯ ତାରିଖରେ ଆସାମକୁ ଭେଟିବ।

ସମ୍ବନ୍ଧିତ ଖବର