ରାଉରକେଲା : ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ୬ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶନିବାର ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ରେ ଝାଡ଼ଖଣ୍ଡ ୮-୧ ଗୋଲ୍‌ରେ ତାମିଲନାଡ଼ୁକୁ ପରାସ୍ତ କରିଛି। ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ଝାଡ଼ଖଣ୍ଡର ନବୀନ କେର୍କେଟା ଏକ ଆକର୍ଷଣୀୟ ଗୋଲ୍‌ ଦେଇ ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ତେବେ ପ୍ରଥମ କ୍ବାର୍ଟର୍‌ର ଶେଷ ମୁହୂର୍ତ୍ତରେ ତାମିଲନାଡ଼ୁର ଆନନ୍ଦ ୱାଇ. ଗୋଟିଏ ଗୋଲ୍‌ ପରିଶୋଧ କରି ବ୍ୟବଧାନକୁ୧-୨କୁ ହ୍ରାସ କରିଥିଲେ। ତେବେ ଦ୍ବିତୀୟ କ୍ବାର୍ଟରରେ ଝାଡ଼ଖଣ୍ଡ ଆକ୍ରମଣକୁ ବ୍ୟାପକକରି ଗୋଟିଏ ପରେ ଗୋଟିଏ ଗୋଲ୍‌ ଦେଇଥିଲା। ତାମିଲନାଡ଼ୁ କିନ୍ତୁ ଆଉ କୌଣସି ଗୋଲ୍‌ ପରିଶୋଧ କରିନପାରି ବୃହତ୍‌ ପରାଜୟ ବରଣ କରିଛି। ଅନ୍ୟମ୍ୟାଚ୍‌ଗୁଡ଼ିକରେ ପୁଡ଼ୁଚେରୀ ୫-୨ ଗୋଲ୍‌ରେ ଗୋଆକୁ, ପଞ୍ଜାବ ୬-୨ ଗୋଲ୍‌ରେ ଦିଲ୍ଲୀକୁ, ଆସାମ ୪-୨ ଗୋଲ୍‌ରେ ମିଜୋରାମକୁ ଓ ମହାରାଷ୍ଟ୍ର ୭-୦ ଗୋଲରେ ବିହାରକୁ ପରାସ୍ତ କରିଛି।