ଭୁବନେଶ୍ବର: ଗୋଆରେ ଚାଲିଥିବା ଜାତୀୟ ବାଳକ ହକି ପ୍ରତିଯୋଗିତାରେ ଓଡ଼ିଶା ପୁଲ୍-ଇରେ ଅପରାଜେୟ ରହି କ୍ବାର୍ଟର ଫାଇନାଲ୍ରେ ସ୍ଥାନ ପକ୍କା କରିଛି। ଆନ୍ଧ୍ରପ୍ରଦେଶକୁ ୧୮-୦ ଏବଂ କେରଳକୁ ୧୪-୦ରେ ହରାଇଥିବା ଓଡ଼ିଶା ସୋମବାର ଶେଷ ପୁଲ୍ ମ୍ୟାଚ୍ରେ ମିଜୋରାମକୁ ୬-୦ରେ ମାତ୍ ଦେଇଥିଲା। ମ୍ୟାଚ୍ର ଷଷ୍ଠ ମିନିଟ୍ରେ ଆର୍ଯ୍ୟନ ଖେସ୍ଙ୍କ ଗୋଲ୍ରେ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହା ପରେ ୟୋଜିନ ମିଞ୍ଜ (୧୫ ମିନିଟ୍), ସଞ୍ଜିତ ତିର୍କି (୧୭ ମିନିଟ୍), ଇରେଙ୍ଗବାମ ରୋହିତ ସିଂହ (୨୪ ମିନିଟ୍), ଦେଓନାଥ ମନୱାର (୪୩ ମିନିଟ୍) ଓ ଶ୍ରୀଶୈଳ ମହେଶ ମୋର୍ (୪୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ।
ସୋମବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଉତ୍ତରାଖଣ୍ଡ ୧୬-୧ରେ ଗୁଜରାଟକୁ (ପୁଲ୍-ଏ), କର୍ଣ୍ଣାଟକ ୮-୬ରେ ଛତିଶଗଡ଼କୁ (ପୁଲ୍-ବି), ଆନ୍ଧ୍ରପ୍ରଦେଶ ୩-୨ରେ କେରଳକୁ (ପୁଲ୍-ଇ), ଦାଦ୍ରା ନଗର ହାବେଳି ଓ ଡାମନ ଡିଉ ୨୦-୧ରେ ରାଜସ୍ଥାନକୁ (ପୁଲ୍-ଡି), ବିହାର ୭-୨ରେ ଜମ୍ମୁ କଶ୍ମୀରକୁ ଏବଂ ଅରୁଣାଚଳ ୧୪-୦ରେ ତେଲେଙ୍ଗାନାକୁ ପରାସ୍ତ କରିଥିଲେ।
ଜାତୀୟ ବାଳକ ହକି: ଅପରାଜେୟ ଓଡ଼ିଶା କ୍ବାର୍ଟରରେ
/sambad/media/post_attachments/wp-content/uploads/2021/08/hockey-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)