ରାଉରକେଲା: ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାରେ ମଙ୍ଗଳବାର ପଞ୍ଜାବ, ଦିଲ୍ଲୀ, ବିହାର, ମହାରାଷ୍ଟ୍ର ବିଜୟୀ ହୋଇଛନ୍ତି। ପଞ୍ଜାବ ଓ ମିଜୋରାମ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଏଥିରେ ପଞ୍ଜାବ ୧୮-୦ ଗୋଲ୍‌ରେ ମିଜୋରାମକୁ ପରାସ୍ତ କରି ବୃହତ ବିଜୟୀ ହାସଲ କରିଛି। ମ୍ୟାଚ୍‌ରେ ପଞ୍ଜାବ ଦଳଗତ ପ୍ରଦର୍ଶନ କରିଥିଲା ବେଳେ ଦିଲ୍‌ରାଜ ସିଂହ ସର୍ବାଧିକ ୬ ଓ ମନପ୍ରୀତ ସିଂହ ୨ ଗୋଲ୍‌ ଦେଇଥିଲେ। ଅବଶିଷ୍ଟ ୧୦ଟି ଗୋଲ୍‌ ଭିନ୍ନଭିନ୍ନ ଖେଳାଳିଙ୍କ ଷ୍ଟିକ୍‌ରୁ ଆସିଥିଲା।

Advertisment

ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ଦିଲ୍ଲୀ ସିଧାସଳଖ ୧୬-୧ ଗୋଲ୍‌ରେ ଆସାମକୁ ପରାସ୍ତ କରିଥିଲା। ଦିଲ୍ଲୀର ପ୍ରଦୀପ ଓ ଯୋଗେମ୍ବର ରାୱତ ହ୍ୟାଟ୍ରିକ ଅର୍ଜନ କରିଥିଲା ବେଳେ ନୀତିନ, ପଙ୍କଜ, ନୀତେଶ ୨ ଲେଖାଏଁ ଏବଂ ରାହୁଲ, ରାହୁଲ, ବିକାଶ ଉପାଧ୍ୟୟ ଓ ଅମନ ଶର୍ମା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଅନ୍ୟ ଦୁଇ ମ୍ୟାଚ୍‌ରେ ବିହାର ୭-୧ ଗୋଲରେ ପଶ୍ଚିମବଙ୍ଗକୁ ଓ ମହାରାଷ୍ଟ୍ର ୫-୧ ଗୋଲରେ ତେଲେଙ୍ଗାନାକୁ ହରାଇଛି। ମଙ୍ଗଳବାରର ଶେଷ ମ୍ୟାଚ୍‌ ତ୍ରିପୁରା ଏବଂ ଦାଦ୍ରା ନଗର ହାଭେଳି ଓ ଡାମନ ଡିଉ ମଧ୍ୟରେ ଖେଳାଯିବାର ଥିଲା। ହେଲେ ତ୍ରିପୁରା ଆସିନଥିବାରୁ ଦାଦ୍ରାନଗର ହାଭେଳି ଓ ଡାମନ ଡିଉକୁ ୱାକ୍‌ଓଭର ମିଳିଛି।