ଜାତୀୟ ବାଳକ ହକି: ଗାଙ୍ଗ୍‌ପୁରର ପ୍ରଥମ ବିଜୟ

ଭୁବନେଶ୍ବର: ଛତିଶଗଡ଼ର ରାୟପୁରରେ ଚାଲିଥିବା ଜାତୀୟ ଉପକନିଷ୍ଠ ହକିର ନବମ ସଂସ୍କରଣରେ ହକି ଗାଙ୍ଗ୍‌ପୁର ଓଡ଼ିଶା ଦଳ ପ୍ରଥମ ବିଜୟ ପାଇଛି। ପ୍ରଥମ ୩ ମ୍ୟାଚ୍‌ ହାରି ନିଆରା ହ୍ୟାଟ୍ରିକ୍‌ କରିଥିବା ଏହି ଦଳ ଶୁକ୍ରବାର ହକି ରାଜସ୍ଥାନକୁ ୪-୨ ଗୋଲ୍‌ରେ ପରାସ୍ତ କରି ଦେଇଛି। ଗାଙ୍ଗପୁର ପକ୍ଷରୁ ରବି ବାରା (୯ ମିନିଟ୍‌), ଅଧିନାୟକ ରଞ୍ଜିତ ଲାକ୍ରା (୩୦ ମିନିଟ୍‌), ରୋଶନଜିତ୍‌ ମିଞ୍ଜ (୩୬ ମିନିଟ୍‌) ଏବଂ ସୁମିତ ବାର୍ଲା (୪୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ‌ରାଜସ୍ଥାନ୍‌ ପକ୍ଷରୁ ସନ୍ଦୀପ ଯାଦବ (୧୩ ମିନିଟ୍‌) ଏବଂ ପ୍ରଦୀପ ସିଂହ ନାଥୱାତ (୨୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଶୁଝିବାକୁ ସକ୍ଷମ ହୋଇଥିଲେ। ପୂର୍ବରୁ ଗାଙ୍ଗପୁର ୧-୨ରେ ମଣିପୁରଠୁ, ୨-୫ରେ ଝାଡ଼ଖଣ୍ଡଠୁ ଏବଂ ୨-୩ରେ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ଠୁ ହାରିଥିଲା।

ସମ୍ବନ୍ଧିତ ଖବର