ଜାତୀୟ ବାଳକ ହକି: ଓଡ଼ିଶା ୧୫-୦ରେ ବିଜୟୀ

କଟକ: ଛତିଶଗଡ଼ର ରାଇପୁରରେ ଆରମ୍ଭ ହୋଇଥିବା ଜାତୀୟ ଉପ କନିଷ୍ଠ ହକି ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ଓଡ଼ିଶା ୧୫-୦ ଗୋଲ୍‌ରେ ଏକତରଫା ଭାବେ ଆନ୍ଧ୍ର ପ୍ରଦେଶକୁ ପରାସ୍ତ କରିଛି। ରାଜମୋନ ତେଲି (୬, ୪୫, ୪୭, ୫୨ ମିନିଟ୍‌) ୪ ଏବଂ ଇନ୍ଦଵାର ପରବିନ୍‌ (୪, ୩୦, ୪୯ ମିନିଟ୍‌), ରୋଶନ କୁଜୁର (୮, ୧୫, ୪୨ ମିନିଟ୍‌) ଓ ଲାବନ ଲୁଗୁନ୍‌ (୨୯, ୩୩, ୫୩ ମିନିଟ୍‌) ୩ ଲେଖାଏଁ ଗୋଲ୍‌ କରି ବ୍ୟବଧାନ ବଢ଼ାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଉଲୁସ୍‌ ଲାକ୍ରା (୨୧ ମିନିଟ୍‌) ଓ ପ୍ରତାପ ଟପ୍ପୋ (୪୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ରବିବାର ନାମଧାରି ଏକାଦଶକୁ ଭେଟିବ। ଅନ୍ୟପକ୍ଷରେ ହକି ଗାଙ୍ଗ୍‌ପୁର-ଓଡ଼ିଶା ଦଳ ଶନିବାର ପ୍ରଥମ ମ୍ୟାଚ୍‌ରେ ମଣିପୁର ନିକଟରୁ ୧-୨ ଗୋଲ୍‌ରେ ହାରିଯାଇଛି।

ସମ୍ବନ୍ଧିତ ଖବର