ଭୁବନେଶ୍ବର: ଭାରତୀୟ ରଗ୍ବି ଫୁଟ୍ବଲ୍ ସଂଘ ଆନୁକୂଲ୍ୟରେ ମହାରାଷ୍ଟ୍ରରେ ଆୟୋଜିତ ଜାତୀୟ ବାଳକ (୧୮ ବର୍ଷରୁ କମ୍) ରଗ୍ବି ସେଭେନ୍ସ ପ୍ରତିଯୋଗିତାରେ ଓଡ଼ିଶାକୁ କାଂସ୍ୟ ପଦକ ଜିତିଛି। ବୁଧବାର କାଂସ୍ୟ ମୁକାବିଲାରେ ଓଡ଼ିଶା ୨୪-୧୨ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ଏହା ପୂର୍ବରୁ କ୍ବାର୍ଟର ଫାଇନାଲ୍ରେ ଓଡ଼ିଶା ୨୨-୦ରେ ଗୁଜରାଟକୁ ହରାଇ ସେମିଫାଇନାଲ୍ରେ ପ୍ରବେଶ କରିଥିଲା। ହେଲେ ସେମିଫାଇନାଲ୍ରେ ଓଡ଼ିଶା ୭-୨୪ରେ ବିହାରଠୁ ହାରି ଫାଇନାଲ୍ରୁ ବଞ୍ଚିତ ହୋଇଥିଲା।
ଓଡ଼ିଶା ଦଳ: ମଙ୍ଗଳ ସୋରେନ, ଚରଣ ହେମ୍ବ୍ରମ, ପ୍ରଦୀପ କହଁର, ରାମେଶ୍ବର ହେମ୍ବ୍ରମ, ବିଦ୍ୟାଧର ମାଝି, କ୍ଷିତୀଶ ଦେହୁରୀ, ଜିତେନ୍ଦ୍ର ସିଂହ, ବିକ୍ରମ ହେମ୍ବ୍ରମ, ଦୀପ୍ତିରଂଜନ ପ୍ରଧାନ, ମୁନା ଟୁଡ଼ୁ, କୁମାର ବିଶ୍ବାଚାର୍ଯ୍ୟ, ପ୍ରକାଶ କାର୍ଜି, ସୁରେନ୍ଦ୍ର ଜେନା (ପ୍ରଶିକ୍ଷକ), ଭରତ ସାହୁ (ପ୍ରବନ୍ଧକ) ଏବଂ ଶିବାଶିଷ ପତି (ଫିଜିଓ)।