ଜାତୀୟ ବାଳକ ସଫ୍ଟ ‌ଟେନିସ୍‌: ଓଡ଼ିଶାକୁ ରୌପ୍ୟ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଜାତୀୟ ଉପକନିଷ୍ଠ ସଫ୍ଟ ‌ଟେନିସ୍‌ର ଦଳଗତ ବର୍ଗରେ ଓଡ଼ିଶାକୁ ରୌପ୍ୟ ପଦକ ମିଳିଛି। ଶନିବାର ଫାଇନାଲ୍‌ରେ ଓଡ଼ିଶା ୦-୨ରେ ବିହାରଠୁ ହାରି ଉପବିଜେତାରେ ସନ୍ତୁଷ୍ଠ ରହିଥିଲା। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨-୦ରେ ପଞ୍ଜାବକୁ, ୨-୧ରେ ଛତିଶଗଡ଼କୁ ଏବଂ ୨-୧ରେ ମଧ୍ୟପ୍ରଦେଶକୁ ହରାଇ ଓଡ଼ିଶା ଫାଇନାଲ୍‌ରେ ପହଞ୍ଚିଥିଲା। ଅତିଥି ଭାବେ ଓଡ଼ିଶା ସଫ୍ଟ ଟେନିସ୍‌ ସଂଘ ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ, ପଞ୍ଜ‌ାବ ସଫ୍ଟ ଟେନିସ୍‌ ସଂଘ ସମ୍ପାଦକ ନରେନ୍ଦ୍ର ପାଲ ସିଂହ, ବିହାର ସଫ୍ଟ ଟେନିସ୍‌ ସଂଘ ସମ୍ପାଦକ ଧରମ ବୀର କୁମାର, ଏସୀୟ କ୍ରୀଡ଼ା ଅମ୍ପାୟାର ଅନିକେତ ଖୋଦାଦରା, ବିକାଶ ଡୋରିଆ ଏବଂ ଓଡ଼ିଶା ସଫ୍ଟ ଟେନିସ୍‌ ସଂଘ ସମ୍ପାଦକ ମହମ୍ମଦ ଆଜାମ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର