ସର୍ବଭାରତୀୟ ଚେସ୍‌: ୪ ମିଳିତ ଶୀର୍ଷରେ, ରାକେଶ-ଲକ୍ଷ୍ମଣ ଗେମ୍‌ ଅମୀମା˚ସିତ

କଟକ: ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଟ୍ରିପଲ ସି’ କ୍ଲବ୍‌ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ଶୁକ୍ରବାର ଷଷ୍ଠ ରାଉଣ୍ତ ଖେଳ ଶେଷ ସୁଦ୍ଧା ୪ ଜଣ ମିଳିତ ଅଗ୍ରଣୀ ରହିଛନ୍ତି। ହିମଲ ଗୁସେନ୍‌, ଆର‌୍‌ ଲକ୍ଷ୍ମଣ, ରାକେଶ କୁମାର ଜେନା ଓ ଭି ତୋଷାଳି ପ୍ରତ୍ୟେକ ସାଢେ ୫ ପଏଣ୍ଟ ଲେଖାଏଁ ପାଇ ଆଗରେ ଅଛନ୍ତି। ଶୁକ୍ରବାର ଷଷ୍ଠ ରାଉଣ୍ତରେ ଦୁଇ ଶୀର୍ଷ ସ୍ଥାନର ଖେଳାଳି ଗ୍ରାଣ୍ତ ମାଷ୍ଟର ଆର‌୍‌ ଲକ୍ଷ୍ମଣ ଓ ଆନ୍ତର୍ଜାତିକ ମାଷ୍ଟର ଓଡ଼ିଆ ଖେଳାଳି ରାକେଶ କୁମାର ଜେନା ମୁହାଁମୁହିଁ ହୋଇଥିଲେ। ହେଲେ ଏହି ଗେମ୍‌ ଅମୀମା˚ସିତ ରହିଥିଲା। ଧଳା ଗୋଟିରେ ଖେଳିଥିବା ରାକେଶ ଆରମ୍ଭରୁ ଯଦିଓ ଚାପ ପକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଲକ୍ଷ୍ମଣ ମଧ୍ୟ ଭଲ ଟକ୍କର ଦେଉଥିଲେ। ୧୮ତମ ଚାଲ୍‌ ପର୍ଯ୍ୟନ୍ତ ସ୍ଥିତି ପ୍ରାୟତଃ ସମାନ ରହୁଥିବାରୁ ଏହାପରେ ଖେଳକୁ ଆଉ ଆଗକୁ ନବଢାଇବାକୁ ଦୁଇ ଖେଳାଳି ରାଜି ହୋଇଥିଲେ। ଲକ୍ଷ୍ମଣ ମ୍ୟାଚ୍‌ ଅମୀମା˚ସିତ ରଖିବା ପାଇଁ ରାକେଶଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର ୨୦ ମିନିଟ୍‌ ମଧ୍ୟରେ ଏହି ଦୁଇ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ମ୍ୟାଚ୍‌ ସମାପ୍ତ ହୋଇଥିଲା। ସେହିପରି ହିମଲ ଗୁସେନ୍‌ ପ୍ରଥମ ୫ ରାଉଣ୍ତରୁ ପୂର୍ଣ୍ଣ ପଏଣ୍ଟ ପାଇ ଖେଳୁଥିଲେ ବି ଷଷ୍ଠ ରାଉଣ୍ତରେ ବୈଭବ ମିଶ୍ରଙ୍କ ସହ ଅମୀମା˚ସିତ ରଖିବାରୁ ତାଙ୍କୁ ମଧ୍ୟ ସାଢେ ୫ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ପଛରେ ପଡିଯାଇଥିବା ଭି ତୋଷାଳି ଏହି ରାଉଣ୍ତରେ ଅନ୍ବେଷ ଉପାଧ୍ୟାୟଙ୍କୁ ହରାଇ ଅଗ୍ରଣୀ ତାଲିକାରେ ସ୍ଥାନ ପାଇପାରିଛନ୍ତି। ଏମାନଙ୍କ ପଛକୁ ବୈଭବ ମିଶ୍ର, ଶ୍ରେୟା˚ସ ଶୁଭମ୍‌ ପଟ୍ଟନାୟକ, ଜୟଦୀପ ଦତ୍ତ, ରାଜେଶ ନାୟକ, ଏନ୍‌ ସୁରେନ୍ଦ୍ରନ୍‌, ଅର୍ପଣ ଦାସ, ରାକେଶ କୁମାର ନାୟକ, ନିଲ୍‌ସୁ ପଟ୍ଟନାୟକ, ସାର୍ଥକ ଦେବତା, ଅଜୟ ମୁସିନି, ମନୀଷ କୁମାର, ମହମ୍ମଦ ଅନୀଶ, ରୁପମ୍‌ ମୁଖାର୍ଜୀ, ରାଜେନ୍ଦ୍ର କୁମାର ସାହୁ ଓ ରାହୁଲ କ୍ରିଷ୍ଣା ବିଶ୍ବନାଥନ୍‌ ୫ ପଏଣ୍ଟ ଲେଖାଏଁ ପାଇଛନ୍ତି। ପ୍ରତିଯୋଗିତାକୁ ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଆନନ୍ଦ ବାବୁ, ଫିଡେ ଆର୍ବିଟର ଭବେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ଶଙ୍କର ନନ୍ଦ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର