ସର୍ବଭାରତୀୟ ଚେସ୍‌: ଧୀମନ ମିତ୍ର ବିଜେତା

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍‌ ପିଲାର୍ସଠାରେ ଚାଲିଥିବା ସର୍ବଭାରତୀୟ ଫିଡେ ରେଟି˚ ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ ମୋଟ ୯ ରାଉଣ୍ତରୁ ପଶ୍ଚିମବଙ୍ଗର ଧୀମନ ମିତ୍ର ୮ ପଏଣ୍ଟ ପାଇ ବିଜେତା ହୋଇଛନ୍ତି। ଶେଷ ରାଉଣ୍ତରେ ଧୀମନ୍‌ ଓ ତାମିଲନାଡୁର ଜି କାର୍ତ୍ତିକେୟନଙ୍କ ମଧ୍ୟରେ ମ୍ୟାଚ୍‌ ଅମୀମା˚ସିତ ରହିବାରୁ ଉଭୟ ସମାନ ପଏଣ୍ଟ ପାଇଥିଲେ। ଏହାବ୍ୟତୀତ ବିଶ୍ବନାଥ କାନମ୍‌, ଆର‌୍‌ ରାମକୁମାର ମଧ୍ୟ ୮ ପଏଣ୍ଟ ଲେଖାଏଁ ପାଇଥିଲେ। ଟାଇବ୍ରେକରରେ ଧୀମନ ବିଜେତା, ବିଶ୍ବନାଥ ଉପ ବିଜେତା ଓ କାର୍ତ୍ତିକେୟନ ଦ୍ବିତୀୟ ଉପ ବିଜେତା ଭାବେ ପୁରସ୍କୃତ ହୋଇଛନ୍ତି। ଏମାନଙ୍କ ପଛକୁ କେଆର‌୍‌ ପ୍ରଶାନ୍ତ, ନାଗଶ୍ରୀ ସାଇକାନ୍ତ, ମିରାକିଲ୍‌ ପଣ୍ତା, ପି ସାଇରୂପା ସାଢେ ୭ ପଏଣ୍ଟ ଲେଖାଏଁ ହାସଲ କରିଛନ୍ତି। ଅଣ ରେଟେଡ୍‌ ଖେଳାଳିଙ୍କ ମଧ୍ୟରେ ମହମ୍ମଦ ହାସନ ଅଲ୍ଲୀ, ୧୦୦୧ରୁ ୧୪୦୦ ରେଟି˚ ମଧ୍ୟରେ ପି ସାଇରୂପା, ମହିଳା ବିଭାଗରେ ଶ୍ରେୟା ଦାସ, ଭେଟେରାନ୍‌ରେ ସମୀର କୁମାର ସାହା, ଦିବ୍ୟାଙ୍ଗରେ ମହମ୍ମଦ ସବିର ଅଲ୍ଲୀ, ବାଳକ ବିଭାଗ ୬ ବର୍ଷରୁ କମ୍‌ରେ ପ୍ରତୀକ କୁଶାଲ ରାଉତ, ୭ ବର୍ଷରୁ କମ୍‌ରେ ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ, ୮ ବର୍ଷରୁ କମ୍‌ରେ ସତ୍‌ଭିକ୍‌ ଅଡିଗା, ୯ ବର୍ଷରୁ କମ୍‌ରେ ଆୟୁଷ ଆର୍ଯ୍ୟାନ୍‌ ମହାପାତ୍ର, ୧୧ ବର୍ଷରୁ କମ୍‌ରେ ଲାଭୟଜ୍ୟୋତି ରାଉତରାୟ, ୧୩ ବର୍ଷରୁ କମ୍‌ରେ ସଙ୍କଳ୍ପ କୁମାର ଏବ˚ ବାଳିକା ବିଭାଗ ୭ ବର୍ଷରୁ କମ୍‌ରେ ଐଶ୍ବର୍ଯ୍ୟା ସାହୁ, ୮ ବର୍ଷରୁ କମ୍‌ରେ ପ୍ରତ୍ୟାଷା ଜେନା, ୯ ବର୍ଷରୁ କମ୍‌ରେ ଶ୍ରୁତି ସେଠୀ, ୧୧ ବର୍ଷରୁ କମ୍‌ରେ ଆରୁଷି ଶ୍ରୀଚନ୍ଦନ, ୧୩ ବର୍ଷରୁ କମ୍‌ରେ ବିଜୟଲକ୍ଷ୍ମୀ ବାରିକ ବିଜେତା ହୋଇଛନ୍ତି।

ଉଦ୍‌ଯାପନୀ ସମାରୋହରେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଚେସ୍‌ ସ˚ଘ ଉପ ସଭାପତି ର˚ଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ, ଏସ୍‌ଆର‌୍‌ ଚେସ୍‌ କେନ୍ଦ୍ର ନିର୍ଦ୍ଦେଶକ ସତ୍ୟର˚ଜନ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ଚେସ୍‌ ସ˚ଘ ସମ୍ପାଦକ ସୁବାଶିଷ ପଟ୍ଟନାୟକ, ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ସଭାପତି କମଳାକାନ୍ତ ବିଶୋଇ, ଉପ ସଭାପତି ବିଶ୍ବଜିତ ରାଏ, ଯୁଗ୍ମ ସମ୍ପାଦକ ଅର୍ଘ୍ୟ ଅର୍ପଣ ପରିଡା, ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର