ସର୍ବଭାରତୀୟ ‌ଲେଗ୍‌ କ୍ରିକେଟ୍‌ ଲାଗି ଓଡ଼ିଶା ଦଳ

ଭୁବନେଶ୍ବର: ଚଳିତ ମାସ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନାର ନାଲଗୋଣ୍ଡା ଡନ୍ ବସ୍କୋ ଏକାଡେମିରେ ଆୟୋଜିତ ହେବାକୁଥିବା ଅଷ୍ଟମ ସର୍ବଭା‌ରତୀୟ ‌ଲେଗ୍ କ୍ରିକେଟ୍‌ ପ୍ରତିଯୋଗିତା ଲାଗି ଶୁକ୍ରବାର ଓଡ଼ିଶା ଦଳ ଘୋଷିତ ହୋଇଛି। ନିରଞ୍ଜନ ମହାକୁଡ଼ ପ୍ରଶିକ୍ଷକ ରହିଥିଲା ବେଳେ ଅନ୍ତର୍ଜାତୀୟ ଖେଳାଳି ଚନ୍ଦନ ରାଏଙ୍କ ‌ନେତୃତ୍ବରେ ୧୫ ଜଣିଆ ଦଳ ରବିବାର ତେ‌ଲେଙ୍ଗାନା ଗସ୍ତ କରିବ ବୋଲି ରାଜ୍ୟ ସଂଘର ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଜଣାଇଛନ୍ତି।

ଦଳ: ଚନ୍ଦନ ରାଏ (ଅଧିନାୟକ), ତୁ‌ଷାର ମେହେର (ଉପଅଧିନାୟକ), ସୌମ୍ୟ ସାହୁ, ଅଂଶୁମାନ ବେହେରା, ତୁଷାର ସିଂହଦେଓ, ସିଦ୍ଧାନ୍ତ ସିଂହ, ସୌମ୍ୟ ବେହେରା, ସାଗର କିଷାନ, ରୋହିତ କାର୍ଲା, ସୟଦ ଅତାଉଲ୍ଲା, ଜ୍ୟାକି ସାହୁ, ଈଶାନ ଜୈନ, ରାକେଶ କୁମାର, ଶିବମ ଅଗ୍ରୱାଲ୍, ଏନ୍ ନରେଶ।

ସମ୍ବନ୍ଧିତ ଖବର