ସର୍ବଭାରତୀୟ ଡାକ କ୍ରୀଡ଼ା: ଓଡ଼ିଶାକୁ ୭ ପଦକ

ଭୁବନେଶ୍ୱର: ଲକ୍ଷ୍ନୌରେ ଆୟୋଜିତ ୩୩ତମ ସର୍ବଭାରତୀୟ ଡାକ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶାକୁ ୬ ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ସହ ୭ ପଦକ  ମିଳିଛି। ଭାରୋତ୍ତୋଳନରେ ବିଶ୍ୱଜିତ୍‌ ପ୍ରତିହାରୀ (୯୪ କେଜି), ପ୍ରଦୀପ ସାହୁ (୫୬ କେଜି) ଏବଂ କାମେଶ୍ୱର ନାୟକ (୮୫ କେଜି) ସ୍ୱର୍ଣ୍ଣ ଜିତିଥିଲେ। ସେହିପରି ସୁନ୍ଦରସ୍ୱାସ୍ଥ୍ୟରେ ଜନ୍ମେଜୟ ମହାନ୍ତି (୮୫ କେଜି), ଭେଡିି ଶ୍ରୀକାନ୍ତ (୬୦ କେଜି) ଏବଂ ସୂରଜ ସିଂହ (୮୦ କେଜି) ସ୍ୱର୍ଣ୍ଣ ଜିତିଥିଲା ବେଳେ ଏସ୍‌ଏସ୍‌ ହରିଚନ୍ଦନ (୯୦ କେଜି) ରୌପ୍ୟ ପଦକ ପାଇଥିଲେ। ଜନ୍ମେଜୟ ସପ୍ତମ ଥର ଓ ବିଶ୍ୱଜିତ ପ୍ରତିହାରୀ ପଞ୍ଚମ ଥର ସ୍ୱର୍ଣ୍ଣ ଜିତିଥିଲେ। ଏଥିସହ ଏହି ପ୍ରତିଯୋଗିତାରେ ମୋଟ ଉପରେ ଓଡ଼ିଶା ଦଳ ଉପବିଜେତା ହୋଇଥିଲା।

ସମ୍ବନ୍ଧିତ ଖବର