ଭୁବନେଶ୍ୱର: ବାଙ୍ଗାଲୋରସ୍ଥିତ ଓଡ଼ିଶା ୟୁଥ୍ ସଂଘ ଆନୁକୂଲ୍ୟରେ ବାଙ୍ଗାଲୋରରେ ଚାଲିଥିବା ଅଷ୍ଟମ ସ୍ୱାଧୀନତା ଦିବସ ଲିଗ୍ କ୍ରିକେଟ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରଫି ଲାଗି ଏବେ ଓଡ଼ିଶାର ୬ ସହରରୁ ୬ ଦଳ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି। ଶୁକ୍ରବାର ଖେଳାଯାଇଥିବା ୩ ମ୍ୟାଚ୍ରେ ବ୍ରହ୍ମପୁର ଗୁରୁକୁଳ ସ୍ପୋର୍ଟସ୍ କ୍ଲବ୍ ଏବଂ କଟକ ବାରବାଟୀ ସୁପର କିଙ୍ଗ୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ବ୍ରହ୍ମପୁର ଦଳ ୮୮ ରନ୍ରେ ଭୁବନେଶ୍ୱର ବାଉଁସରସ୍କୁ, ଦ୍ୱିତୀୟ ମ୍ୟାଚ୍ରେ କଟକ ଦଳ ୭ ରନ୍ରେ କେନ୍ଦ୍ରାପଡ଼ା କାର୍ଗିନ୍ସକୁ ହରାଇଥିଲା ବେଳେ ତୃତୀୟ ମ୍ୟାଚ୍ରେ କଟକୁ ୬ ରନ୍ (ଡି/ଏଲ୍)ରେ ଭଦ୍ରକ ଏ୧କୁ ପରାସ୍ତ କରିଥିଲା। ଏହି ୩ ମ୍ୟାଚ୍ରେ ଯଥାକ୍ରମେ ଶିବ ଆର୍ (୫୧ ରନ୍, ୨ ଓ୍ଵିକେଟ୍), ତନ୍ମୟ ମହାନ୍ତି (୫୮ ରନ୍, ୪୦ ବଲ୍) ଏବଂ ଅଜୟ କୁମାର ରାଉତ (୪୪ ରନ୍, ୩୮ ବଲ୍) ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟକୁ ଓଡ଼ିଶା ୟୁଥ୍ ସଭାପତି ଭରତ ମହାପାତ୍ର ଉଦ୍ଘାଟନ କରିଥିଲା ବେଳେ କ୍ରୀଡ଼ା ମୁଖ୍ୟ ଦେବେନ୍ଦ୍ର ଦାସ ଓ ଗଣମାଧ୍ୟମ ସଂପାଦକ ସୁନୀଲ କୁମାର ମଲ୍ଲିକ, ସଂଘର ସଦସ୍ୟ ଶୁଭ୍ରଜ୍ୟୋତି ସାହୁ, ସିଦ୍ଧାର୍ଥ ରାଉଲ, ରାଜେଶ ଦାସ ଓ ସଞ୍ଜୀବ ଦାସ ଉପସ୍ଥିତ ଥିଲେ।
ସ୍ୱାଧୀନତା ଦିବସ ଲିଗ୍ କ୍ରିକେଟ୍ ବ୍ରହ୍ମପୁର, କଟକ ବିଜୟୀ
/sambad/media/post_attachments/wp-content/uploads/2018/08/5-Independence-Day-League-2018.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)