ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ: ପଙ୍କଜଙ୍କୁ ରୌପ୍ୟ

ଭୁବନେଶ୍ୱର: ହରିଆନାର ପଞ୍ଚକୁଳାଠାରେ ଆୟୋଜିତ ଅଷ୍ଟାଦଶ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରଥମ ଦିନରେ ଗୋଟିଏ ରୌପ୍ୟ ପଦକ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୌଡ଼କୁଦ ଦୁନିଆକୁ ଆସିଥିବା ପଙ୍କଜ ଭୁଏ ଟି-୧୩ ଦୃଷ୍ଟିହୀନ ବର୍ଗର ୧୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ। ଗତବର୍ଷ ମଧ୍ୟ ପଙ୍କଜ ଉଚ୍ଚ ଡିଆଁ ଏବଂ ଲମ୍ବ ଡିଆଁରେ ସ୍ୱର୍ଣ୍ଣ ଜିତିଥିଲେ। ତେବେ ଟି-୪୭ ବର୍ଗର ୧୦୦ ମିଟର ଦୌଡ଼ର ଯୋଗ୍ୟତା ମୁକାବିଲାରେ ଜୟନ୍ତୀ ବେହେରା ପ୍ରଥମ ସ୍ଥାନରେ ରହି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ବୋଲି ଓଡ଼ିଶା ପାରାଲିମ୍ପିକ୍‌ ସଂଘର ସମ୍ପାଦକ ବିଷ୍ଣୁ ଚରଣ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର