ଭୁବନେଶ୍ବର: ‌ଉତ୍ତରପ୍ରଦେଶରେ ଆୟୋଜିତ ୧୪ତମ ଜାତୀୟ ଫେଡେରେସନ୍‌ କପ୍‌ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହ ଦୁଇ ପଦକ ମିଳିଛି। ୭୫ କେଜି ଓଜନ ବର୍ଗରେ ଅମିତ କୁମାର ଭୂୟାଁ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ୬୫ କେଜି ଓଜନ ବର୍ଗରେ ସେଖ୍‌ ବାଇଜୁଲ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟରେ ସନ୍ତୁ‌ଷ୍ଟ ରହିଥିଲେ।

Advertisment

ଏହି ପ୍ରତିଯୋଗିତାରେ ପ୍ରବନ୍ଧକ ପ୍ରଦୀପ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଓଡ଼ିଶାରୁ ୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ସଫଳତା ଲାଗି ଓଡ଼ିଶା ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ମହାପାତ୍ର, ଉପଦେଷ୍ଟା ହରିପ୍ରସାଦ ପଟ୍ଟନାୟକ, ସଭାନେତ୍ରୀ ତଥା ଅନ୍ତର୍ଜାତୀୟ ବିଚାରକ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ ମହାସୁଆର ଖୁସି ବ୍ୟକ୍ତ କରିବା ସହ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।