ଜାତୀୟ ମହିଳା ଫୁଟ୍‌ବଲ୍ ଫାଇନାଲ୍‌ରେ ଓଡ଼ିଶା-ମଣିପୁର

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଓ ମଣିପୁର ମଧ୍ୟରେ ଫାଇନାଲ୍‌ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ଅକ୍ଟୋବର ୧ ତାରିଖରେ ଖେଳାଯିବ। ଶନିବାର ସେମିଫାଇନାଲ୍‌ରେ ଓଡ଼ିଶା ୪-୩ ଗୋଲରେ ଗତବର୍ଷର ବିଜେତା ତାମିଲନାଡୁକୁ ହରାଇଛି। ମ୍ୟାଚ ଆରମ୍ଭରୁ ତାମିଲନାଡୁର ଆର ସୁମିତ୍ରା ୧୦ ମିନିଟ୍‌ ଓ ଇନ୍ଦୁମତୀ ୧୬ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ କରିଥିଲେ। ଓଡ଼ିଶା କିନ୍ତୁ ଏହା ପରେ ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ୨୫ ତମ ମିନିଟ୍‌ରେ ପ୍ୟାରୀ ଖାଖା ଗୋଟିଏ ଗୋଲ ପରିଶୋଧ କରିଥିଲାବେଳେ ଅଞ୍ଜୁ ତମଙ୍ଗ ୩୧ ତମ ମିନିଟ୍‌ରେ ମ୍ୟାଚକୁ ବରାବର ସ୍ଥିତିରେ ପହଞ୍ଚାଇଥିଲେ। ପ୍ରଥମାର୍ଧାର ଅତିରିକ୍ତ ସମୟରେ ପ୍ୟାରୀଙ୍କ ଦ୍ବିତୀୟ ଗୋଲ ବଳରେ ଓଡ଼ିଶା ୩-୨ ଗୋଲରେ ଆଗେଇ ଯାଇଥିଲା। ତଥାପି ୭୭ ମିନିଟ୍‌ରେ ତାମିଲନାଡୁର ଇନ୍ଦୁମତି ଆଉ ଏକ ଗୋଲ ଦେବାରୁ ପୁଣି ମ୍ୟାଚ ସମାନ ସ୍ତରରେ ପହଞ୍ଚିଯାଇଥିଲା। ନିର୍ଧାରିତ ସମୟରେ ମ୍ୟାଚ୍ ୨-୨ ଗୋଲ୍‌ରେ ଶେଷ ‌େ‌ହାଇଥିଲା। ଅତିରିକ୍ତ ସମୟର ୧୧୦ ମିନିଟ୍‌ରେ ପ୍ୟାରୀ ଖାଖା ପୁଣି ଏକ ଗୋଲ ଦେଇ ଓଡ଼ିଶାକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ଅନ୍ୟପକ୍ଷ‌େର ଦ୍ବିତୀୟ ସେମ ଫାଇନାଲ୍‌ରେ ଗତବର୍ଷର ଉପ ବିଜେତା ମଣିପୁର ୪-୩ ଟାଇବ୍ରେକରରେ ଭାରତୀୟ ରେଳବାଇକୁ ପରାସ୍ତ କରିଛି। ନିର୍ଧାରିତ ସମୟରେ ମ୍ୟାଚ ଗୋଲ ଶୂନ୍ୟ ରହିଥିଲାବେଳେ ଅତିରିକ୍ତ ସମୟରେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ଫଳରେ ଟାଇବ୍ରେକରରେ ମଣିପୁର ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର