ସର୍ବଭାରତୀୟ ଫୁଟ୍‌ବଲ୍‌: ଓଡ଼ିଶାର ଦ୍ୱିତୀୟ ବିଜୟ

କଟକ: ଝାଡ଼ଖଣ୍ଡର ଚକ୍ରଧରପୁରରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇଛି। ଗରଓ୍ଵାଲ୍‌ ସ୍ପୋର୍ଟିଂ କ୍ଲବ୍‌ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୩-୧ ଗୋଲ୍‌ରେ ଜିତିଛି। ଗରଓ୍ଵାଲ୍‌ ୧୮ ମିନିଟ୍‌ରେ ଗୋଲ୍‌ ଦେଇ ଆଗୁଆ ରହିଥିଲା। ତେବେ ୨୩ ମିନିଟ୍‌ରେ ଅର୍ପଣ ଲାକ୍ରା ସ୍ଥିତି ସମାନ କରିବା ପରେ ୨୪ ମିନିଟ୍‌ରେ ଅଧିନାୟକ ଅର୍ଜୁନ୍‌ ନାୟକଙ୍କ ଗୋଲ୍‌ ଓଡ଼ିଶାକୁ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟାର୍ଧରେ ଅର୍ଜୁନ୍‌ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ଦେଇ ଦଳକୁ ବିଜୟୀ କରାଇଥିଲେ। ମ୍ୟାଚ୍‌ରେ ସର୍ବାଧିକ ଗୋଲ ପାଇଁ ଅର୍ଜୁନ୍‌ଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି।

ସମ୍ବନ୍ଧିତ ଖବର