କଟକ : ଜାତୀୟ ଫୁଟ୍‌ବଲ ଖେଳାଳି ତଥା ଏକାଧିକବାର ମର୍ଯ୍ୟାଦାଜନକ ସନ୍ତୋଷ ଟ୍ରଫିରେ ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିଥିବା ସୁରେଶ କୁମାର ସ‌ାମଲ (୬୩)ଙ୍କର ଶୁକ୍ରବାର ପରଲୋକ ହୋଇଛି। ସ୍ବର୍ଗତ ସାମଲ ଦୀର୍ଘଦିନ ହେବ ରୋଗରେ ପୀଡିତ ଥିଲେ। ତାଙ୍କର ତାଙ୍କର ଏକମାତ୍ର ପୁଅ ଓ ପତ୍ନୀ ରହିଛନ୍ତି। ସ୍ବର୍ଗତ ସାମଲ ମତ୍ସ୍ୟ ନିର୍ଦ୍ଦେଶାଳୟରେ କାର୍ଯ୍ୟକରି ଅବସର ନେଇଥିଲେ। ତାଙ୍କ ବିୟୋଗରେ ଫୁଟ୍‌ବଲ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର ସଂପାଦକ ଆଶୀର୍ବାଦ ବେହେରା, ଓଡ଼ିଶା ଅଲମ୍ପିକ ଆସୋସିଏସନ୍‌ର ସଂପାଦକ ଅଭିଜିତ ପାଲ ଓ ଫାଓର କର୍ମକର୍ତ୍ତା, ସଭ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।