ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ଆରମ୍ଭ

ଢେଙ୍କାନାଳ: ଅଷ୍ଟମ ଜାତୀୟ ଫୁଟ୍‌ବଲ୍‌ ଟେନିସ୍‌ ପ୍ରତିଯୋଗିତା ଢେଙ୍କାନାଳ ଷ୍ଟାଡିୟମ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବସନ୍ତ କୁମାର ପାଣିଗ୍ରାହୀ, ନଗରପାଳ ସୁଧାଂଶୁ କୁମାର ଦଳେଇ, ବ୍ରହ୍ମକୁମାରୀ ଉଷା, ଫୁଟବଲ ଟେନିସ୍‌ର ସର୍ବଭାରତୀୟ ସଭାପତି ନୀଳମାଧବ ନନ୍ଦ, ସର୍ବଭାରତୀୟ ସଂପାଦକ ସହଦେବ ରାଉତ, ରମେଶ ମଲ୍ଲିକ, ବରିଷ୍ଠ କ୍ରୀଡାବିତ ରାମକୃଷ୍ଣ ବେହେରା ଏହି ପ୍ରତିଯୋଗିତା ତିନି ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ୨୯ଟି ଦଳ ଭାଗ ନେଇଛନ୍ତି। ପ୍ରଥମ ଦିନରେ ଓଡ଼ିଶା ୩ଟି ମ୍ୟାଚ ଜିତି ଆଗରେ ଥିବା ବେଳେ ପୁଡୁଚେରୀ, ମହାରାଷ୍ଟ୍ର, ଛତିଶଗଡ, କେରଳ, ଆନ୍ଧ୍ରପ୍ରଦେଶ କ୍ୱାର୍ଟର ଫାଇନାଲକୁ ଯିବା ପାଇଁ ବିଜୟ ଅଭିଯାନ ଜାରି ରଖିଛନ୍ତି। ମହିଳା ବିଭାଗରେ ଓଡ଼ିଶା ୨-୦ରେ ବିଦର୍ଭକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର