ଜାତୀୟ ଫୁଟ୍‌ଭଲିରେ ଓଡ଼ିଶା ମହିଳା ଦ୍ବିତୀୟ ଥର ବିଜେତା

କଟକ,: ଦିଲ୍ଲୀରେ ଶେଷ ହୋଇଥିବା ଜାତୀୟ ଫୁଟ୍‌ବଲି ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ଲଗାତର ଦ୍ବିତୀୟ ଥର ବିଜେତା ହୋଇଛି। ଓଡ଼ିଶା ଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ହରାଇ ଦେଇଛି। ଅନ୍ୟପକ୍ଷରେ ପୁରୁଷ ଦଳ କେରଳଠୁ ସେମି ଫାଇନାଲ୍‌ରେ ହାରି ତୃତୀୟ ସ୍ଥାନରେ ରହିଥିଲା। ଓଡ଼ିଶା ଦଳର ଅଧିନାୟିକା ତୁଳସୀ ବେହେରାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଛି। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ପାଇଁ ରାଜ୍ୟ ସ˚ଘ ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ରାଉତ, ଉପ ସଭାପତି ପ୍ରଦୀପ କୁମାର ରାଉତରାୟ, ସଙ୍ଗୀତା ଶର୍ମା, ନଳିନୀକାନ୍ତ ମିଶ୍ର, ମହମ୍ମଦ ସାହିଦ ଜବାର, ରାମକୃଷ୍ଣ ବେହେରା, ପଞ୍ଚାନନ ବଳ, ର˚ଜିତା ମହାନ୍ତି, ଦେବାଶିଷ ନାୟକ, ମହମ୍ମଦ ଜିଆଉଦ୍ଦିନ୍‌ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର