ଭୁବନେଶ୍ବର: ଚଳିତ ସର୍ବଭାରତୀୟ ବନ କ୍ରୀଡ଼ାରେ ଓଡ଼ିଶାକୁ ପୁଣି ସ୍ବର୍ଣ୍ଣ ଭେଟି ଦେଇଛନ୍ତି ଆଶାମଣି ସାହୁ। ବୁଧବାର ମହିଳା ଭେଟେରାନ ୪୦୦ ମିଟର ଚାଲିରେ ସ୍ବର୍ଣ୍ଣ ଜିତିଥିବା ଆଶାମଣି ଶୁକ୍ରବାର ୮୦୦ ମିଟର ଚାଲିରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଶାମଣିଙ୍କ ବ୍ୟତୀତ ଶୁକ୍ରବାର ଇନ୍ଦୁଭୂଷଣ ଭଞ୍ଜ, ସୂର୍ଯ୍ୟକାନ୍ତି ବେହେରା ଓ ଓଡ଼ିଶା ବ୍ରିଜ୍ ପ୍ରୋଗ୍ରେସିଭ୍ ଦଳ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛନ୍ତି। ବରିଷ୍ଠ ଭେଟେରାନ ଜାଭ୍ଲିନ୍ରେ ଇନ୍ଦୁଭୂଷଣ ସ୍ବର୍ଣ୍ଣ ଓ ଲକ୍ଷ୍ୟପତି ମାଝି କାଂସ୍ୟ ପଦକ ଜିତିଥିଲେ। ପୂର୍ବରୁ ମହିଳା ଭେଟେରାନ ଜାଭଲିନ୍ ଓ ଲମ୍ବ ଡିଆଁରେ କାଂସ୍ୟ ଜିତିଥିବା ସୂର୍ଯ୍ୟକାନ୍ତି ସନ୍ତରଣ ଫ୍ରି ଷ୍ଟାଇଲ୍ରେ ପ୍ରଥମ ଓ ବ୍ୟାକ୍ଷ୍ଟ୍ରୋକ୍ରେ ଦ୍ବିତୀୟ ସ୍ଥାନ ଅଧିକାର କରି ବ୍ୟକ୍ତିଗତ ଚତୁର୍ଥ ପଦକ କରାୟତ୍ତ କରିଥିଲେ। ବ୍ରିଜ୍ ଡୁପ୍ଲିକେଟ୍ରେ ଓଡ଼ିଶା ଦଳ ରୌପ୍ୟ ଜିତିଥିଲା ବେଳେ ମହିଳା ଭେଟେରାନ ଟିଟିରେ ପୁଷାଝୁଲେ ମେକ୍ରୋ କାଂସ୍ୟ ପଦକ ଜିତିଥିଲେ। ଶୁକ୍ରବାର ଓଡ଼ିଶା ୪ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୮ ପଦକ ଜିତିଥିଲା। ଏହି ୮ ସହ ଚତୁର୍ଥ ଦିନ ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୨୦ (୭ ସ୍ବର୍ଣ୍ଣ, ୬ ରୌପ୍ୟ, ୭ କାଂସ୍ୟ)ରେ ପହଞ୍ଚିଛି। କର୍ଣ୍ଣାଟକ ୭୬ ପଦକ (୩୩ ସ୍ବର୍ଣ୍ଣ, ୨୨ ରୌପ୍ୟ, ୨୧ କାଂସ୍ୟ) ସହ ଶୀର୍ଷରେ ରହିଥିଲା ବେଳେ ଛତିଶଗଡ଼ ୭୧ ପଦକ (୨୭ ସ୍ବର୍ଣ୍ଣ, ୨୬ ରୌପ୍ୟ, ୧୮ କାଂସ୍ୟ) ସହ ଦ୍ବିତୀୟ ଏବଂ କେରଳ ୫୮ ପଦକ (୧୯ ସ୍ବର୍ଣ୍ଣ, ୧୬ ରୌପ୍ୟ, ୨୧ କାଂସ୍ୟ) ସହ ତୃତୀୟ ସ୍ଥାନରେ ରହିଛି।
ସର୍ବଭାରତୀୟ ବନ କ୍ରୀଡ଼ା: ଓଡ଼ିଶାକୁ ପୁଣି ସ୍ବର୍ଣ୍ଣ ଦେଲେ ଆଶାମଣି
/sambad/media/post_attachments/wp-content/uploads/2020/03/8gd7j98dg7j98dg7j89dgjdgjjdggdjdgjgdj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)