ସର୍ବଭାରତୀୟ ବନ କ୍ରୀଡ଼ାର ଉଦ୍‌ଘାଟନୀ ଉତ୍ସବ ଝଲକ

ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ମଙ୍ଗଳବାର ସଂଧ୍ୟାରେ ଏକ ମନୋଜ୍ଞ ପରିବେଶରେ ୨୫ତମ ସର୍ବଭାରତୀୟ ବନ କ୍ରୀଡ଼ା ପ୍ରତିଯୋଗିତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଉତ୍ସବରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ୫ ଦିନିଆ ଏହି ପ୍ରତିଯୋଗିତାରେ ସାରା ଭାରତରୁ ୩୭ ଦଳ ‌ଯୋଗ ଓ ୨୪୦୦ରୁ ଊର୍ଧ୍ବ ପ୍ରତିଯୋଗୀ ପଦକ ପାଇଁ ଲ‌ଢ଼ିବେ। କଳିଙ୍ଗ ଷ୍ଟାଡିୟମ୍‌, କିଟ୍‌ ବିଶ୍ବବିଦ୍ୟାଳୟ ପରିସର, ଇନ୍‌ଫୋସିସ୍‌ସ୍ଥିତ ବିଜିସି କୋର୍ସ ଏବଂ ମଞ୍ଚେଶ୍ବରସ୍ଥିତ ପୂର୍ବତଟ ରେଳବାଇ ଷ୍ଟାଡିୟମ୍‌ରେ ବିଭିନ୍ନ ପ୍ରତିଯୋଗିତା ଚାଲିବ।

ସମ୍ବନ୍ଧିତ ଖବର