ଜାତୀୟ ବାଳିକା ଫୁଟ୍‌ବଲ ଶିବିରରେ ଓଡ଼ିଶାରୁ ୫

କଟକ: ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ପକ୍ଷରୁ ୧୫ ବର୍ଷରୁ କମ୍‌ ବାଳିକା ସାଫ୍‌ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସମ୍ଭାବ୍ୟ ଭାରତୀୟ ଖେଳାଳିଙ୍କୁ ନେଇ ରବିବାରଠୁ କଟକରେ ଅଭ୍ୟାସ ଶିବିର ଆରମ୍ଭ ହେବ। ଏହି ଶିବିରରେ ଓଡ଼ିଶାରୁ ୫ ଜଣ ଖେଳିବାକୁ ମନୋନୀତ ହୋଇଛନ୍ତି। କଟକ ସାଇ ପ୍ରଶିକ୍ଷଣ କେନ୍ଦ୍ରର ଜ୍ୟୋତି କୁମାରୀ, ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ସାଲ୍‌ଗେ ମାଝୀ, ସଙ୍ଗୀତା ଦାସ, ସରିତା ସୋରେଙ୍ଗ, ମାଳତୀ ମୁଣ୍ଡା ସ୍ଥାନ ପାଇଛନ୍ତି। ଏହି ଶିବିର ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର