ଜାତୀୟ ବାଳିକା ଫୁଟ୍‌ବଲ୍‌: ସେମିରେ ଓଡ଼ିଶା ପରାସ୍ତ

କଟକ: ମଣିୁପରଠାରେ ଚାଲିଥିବା ଜାତୀୟ ଉପ କନିଷ୍ଠ ବାଳିକା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ଅଭିଯାନ ଶେଷ ହୋଇଛି। ଶନିବାର ସେମିଫାଇନାଲ୍‌ରେ ଚଣ୍ଡୀଗଡ଼ ୩-୦ ଗୋଲରେ ଓଡ଼ିଶାକୁ ହରାଇ ବିଦାୟ ରାସ୍ତା ଦେଖାଇଛି। ଏଥିପୂର୍ବରୁ ଓଡ଼ିଶା ଲିଗ୍‌ ପର୍ଯ୍ୟାୟରେ ରାଜସ୍ଥାନ ବିପକ୍ଷ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ୧୪-୦ ଓ ୧୦-୦ ଗୋଲ୍‌ରେ ବିଜୟୀ ହୋଇଥିଲା। କ୍ୱାର୍ଟର ଫାଇନାଲରେ କେରଳକୁ ୪-୧ରେ ପରାସ୍ତ କରି ଓଡ଼ିଶା ସେମିଫାଇନାଲରେ ପ୍ରବେଶ କରିଥିଲା। ଶନିବାର ଅନ୍ୟ ସେମିଫାଇନାଲରେ ମଣିପୁର ୭-୨ ଗୋଲରେ ମହାରାଷ୍ଟ୍ରକୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛି। ଫାଇନାଲ୍‌ ମ୍ୟାଚ ୬ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର